ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ ଉତ୍ସବ ଉଦଘାଟିତ, ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

You are currently viewing ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ପ୍ଲାଟିନମ ଉତ୍ସବ ଉଦଘାଟିତ, ଯୋଗ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଅନୁଗୁଳ: ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଦୁଇଦିନିଆ ପ୍ଲାଟିନମ୍ ଜୁବୁଲି ଉତ୍ସବ ଆଜି ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ରୂପେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ଦୁଇ ଦିନିଆ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ମୁଖ୍ୟବକ୍ତା, ଅନୁଗୁଳ ବିଧାୟକ ଏବଂ ପାଳଲହଡ଼ା ବିଧାୟକଙ୍କ ସହ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲାହନ, ଅନୁଗୁଳ ଜିଲ୍ଲାପାଳ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଐତିହ୍ୟ ଉପରେ ଆଲୋକପାତ କରିବା ସହ ଦେଶ ନିର୍ମାଣରେ ଅନୁଷ୍ଠାନର ମହତ୍ତ୍ୱପୂର୍ଣ୍ଣ ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଏହା ସହ ମହାବିଦ୍ୟାଳୟର ସମସ୍ୟା ସମାଧନ ଦିଗରେ ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ଦ୍ରୌପଦୀ ପଟେଲ କଲେଜର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Share

Leave a Reply