ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

You are currently viewing ଗାଧୋଇବା ହେଲା କାଳ! ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ

ପାଳଲହଡ଼ା: ପୋଖରୀରେ ବୁଡ଼ି ଗଲା ଯୁବକଙ୍କ ଜୀବନ। ଆଜି ସ୍ଥାନୀୟ ଈଶ୍ୱର ନଗର ପଞ୍ଚାୟତ ବୋଡାପଦା ଗାଁର ଜଣେ ଯୁବକଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି। ମୃତକ ହେଲେ ସେହି ଗାଁର ପଦ୍ମ ଲୋଚନ ସାହୁଙ୍କ ପୁଅ ପ୍ରଦୀପ କୁମାର ସାହୁ (୩୪)।ସୂଚନା ଅନୁଯାୟୀ, ଗାଧୋଇବା ବେଳେ ପ୍ରଦୀପ ପୋଖରୀରେ ବୁଡ଼ି ଯାଇଥିଲେ। ଗ୍ରାମବାସୀମାନେ ତାଙ୍କୁ ଉଦ୍ଧାର କରି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏ ନେଇ ପାଳଲହଡ଼ା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିବା ଜଣାଯାଇଛି।

Share

Leave a Reply