ଯୁବ ବିଜେଡିର ନୂଆ କାର୍ଯ୍ୟାଳୟ ଉଦଘାଟିତ

You are currently viewing ଯୁବ ବିଜେଡିର ନୂଆ କାର୍ଯ୍ୟାଳୟ ଉଦଘାଟିତ

ଅନୁଗୁଳ: ରଥଯାତ୍ରା ଅବସରରେ ଅନୁଗୁଳ ସଦର ମହକୁମାର ପ୍ରଗତି ନଗରରେ ଯୁବ ବିଜେଡିର ନୂଆ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଯୁବ ବିଜେଡି ଜିଲ୍ଲା ସଭାପତି ଦିନେଶ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ ଓ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଯୋଗ ଦେଇ କାର୍ଯ୍ୟାଳୟକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ପୂର୍ଣ୍ଣଚନ୍ଦ୍ର ରାଉତ, ବଅଁରପାଳ ବ୍ଲକ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ ସାହୁ ଓ ଦିଲ୍ଲୀପ କୁମାର ପ୍ରଧାନ, କାଉନସିଲର ସୁକାନ୍ତି ଦାସ, ବଳରାମ ଜେନା, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ତଥା ସରପଞ୍ଚ ଅନୀଲ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଏ ଅବସରରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳର ଜିଲ୍ଲା କମିଟି, ବିଭିନ୍ନ ବ୍ଲକ, ମ୍ୟୁନିସିପାଲିଟିର ସଭାପତି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ।

Share

Leave a Reply