ଅନୁଗୁଳ ଡାକ୍ତରଖାନା

ମୋତିଆବିନ୍ଦୁ ଅସ୍ତ୍ରୋପଚାର ବନ୍ଦ

0

ଅନୁଗୁଳ:ଦୀର୍ଘଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଶେଷଜ୍ଞ ନଥିବାରୁ ରୋଗୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି l ବିଭିନ୍ନ ଚକ୍ଷୁ ସମସ୍ୟା ଜନିତ ଅସ୍ତ୍ରୋପଚାର ସାଙ୍ଗକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଠପ୍ ହୋଇଯାଇଛି। ଫଳରେ ରୋଗୀମାନେ ବାଧ୍ୟହୋଇ ଘରୋଇ କ୍ଲିନିକକୁ ଯାଇ ଶୋଷଣର ଶୀକାର ହେଉଛନ୍ତି l ଡିଏମଏଫ୍ ସୌଜନ୍ୟରୁ ଆସୁଥିବା ଚକ୍ଷୁ ବିଶେଷଜ୍ଞ କେବଳ ଅଳ୍ପ କିଛି ରୋଗୀ ଦେଖି ଚାଲିଯାଉଥିବା ଅଭିଯୋଗ ହେଉଛି l ଏଣୁ ଅନୁଗୁଳରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସହ ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ଅସ୍ତ୍ରୋପଚାର କିଭଳି ହେବ ସେଥିପାଇଁ ସ୍ଵାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।

Leave A Reply

Your email address will not be published.

error: Content is protected !!