ଅନୁଗୁଳ: କରୋନା କାଳରେ ସୀମା ଲଙ୍ଘିଛି ସାଇବର ଠକେଇ। ଓଏଲ୍ଏକ୍ସରେ ଫର୍ଣ୍ଣିଚର ବିକ୍ରି ବେଳେ ଅନୁଗୁଳ ସହରର ଜଣେ ମହିଳା ଲୁଟ୍ର ଶିକାର ହୋଇଛନ୍ତି। ଫର୍ଣ୍ଣିଚର ଖରଦି କରିଥିବା ସାଇବର ଠକ ମହିଳାଙ୍କୁ ଟଙ୍କା ଦେବ କ’ଣ, ବର˚ ତାଙ୍କ ଆକାଉଣ୍ଟରୁ ୨୮ ହଜାର ଟଙ୍କା ଲୁଟି ନେଇଛି। ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୋଗ ମୁତାବକ, ଲୁଟ୍ର ଶିକାର ହୋଇଥିବା ମହିଳାଙ୍କ ବାପା ଅନୁଗୁଳରେ ଚାକରି କରୁଥିଲେ। ସେ ଶିମିଳିପଡ଼ା ଅ˚ଚଳରେ ରହୁଥିବା ବେଳେ ତାଙ୍କର ଭୁବନେଶ୍ବର ବଦଳି ହୋଇଛି। ତେଣୁ ସେ ଅନୁଗୁଳ ଛାଡ଼ି ଭୁବନେଶ୍ବର ଯିବାକୁ ପ୍ରସ୍ତୁତି ଚଳାଇଥିଲେ। ତେବେ ଏଠାରେ ଥିବା ଫର୍ଣ୍ଣିଚର ଓ ୨ଟି ଆଲ୍ମିରାକୁ ବିକିବାକୁ ଚାହିଁଥିଲେ। ମହିଳା ଏନେଇ ଓଏଲଏକ୍ସରେ ବିକ୍ରି ପାଇଁ ବିଜ୍ଞାପନ ଦେବା ସହ ଫର୍ଣ୍ଣିଚର ଗୁଡ଼ିକର ଦର ୫୦ ହଜାର ଟଙ୍କା ରଖିଥିଲେ। କୋଲ୍କାତା ଅ˚ଚଳର ରାହୁଲ ଶର୍ମା ନାମକ ଜଣେ ଯୁବକ ଏହି ଫର୍ଣ୍ଣିଚର କିଣିବାକୁ ରାଜି ହୋଇଥିଲେ। ଏବ˚ ମୂଲଚାଲ ପରେ ଫର୍ଣ୍ଣିଚରକୁ ୪୭ ହଜାର ଟଙ୍କାରେ କିଣିବେ ବୋଲି କହିବା ସହ ଅନ୍ଲାଇନ୍ରେ ଟୋକନ୍ ଜରିଆରେ ଟଙ୍କା ପଇଠ କରିଥିଲେ। ଟୋକନ୍କୁ ସ୍କାନ୍ କରିବା ପରେ ଆକାଉଣ୍ଟକୁ ଟଙ୍କା ଚାଲିଯିବ ବୋଲି ଠକ କହିଥିଲା। ମାତ୍ର ମହିଳା ଟୋକନ୍ ସ୍କାନ୍ କରିବା ପରେ ଟଙ୍କା ପାଇବେ କ’ଣ ତାଙ୍କର ଦୁଇଟି ଆକାଉଣ୍ଟରୁ ମୋଟ ୨୮ ହଜାର ଟଙ୍କା କଟି ଯାଇଥିଲା। ଆକାଉଣ୍ଟକୁ ଟଙ୍କା କଟିଯିବା ପରେ ବ୍ୟାଙ୍କରୁ ମେସେଜ୍ ଆସିଥିଲା। ଠକେଇର ଶିକାର ହୋଇଥିବା ଜାଣି ମହିଳା ସ˚ପୃକ୍ତ ଠକକୁ ଯୋଗାଯୋଗ କରିଥିଲେ। ମାତ୍ର ଠକର ମୋବାଇଲ୍ ସୁଇଚ୍ ଅଫ୍ ରହିଥିଲା। ମହିଳା ଏ ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ କେସ୍ ରୁଜୁ କରି ଅନୁସନ୍ଧାନ ଚଳାଇଛି।
ଓଏଲ୍ଏକ୍ସରେ ଫର୍ଣ୍ଣିଚର ବିକିବା ପହଙ୍ଗା ପଡ଼ିଲା
- Post published:December 10, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul
You Might Also Like

ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ: ମୋଦି ସରକାରଙ୍କ ୯ ବର୍ଷ ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ଦେଲେ ଆହ୍ୱାନ

୨୬ରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଦେବେ ଯୋଗ
