Sunshine Communication

ଋଣ ଲୋଭ ଦେଖାଇ ଲୁଟିଲେ ୪୦ ହଜାର

0

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୋକଙ୍କୁ ମିଛ ଜାଲରେ ଫସାଇ ଲୁଟିବାରେ ଲାଗିଛନ୍ତି ସାଇବର ଠକ । ନାଲକୋନଗର ଥାନା ଇଲାକା କୁଲାଡ଼ ଗ୍ରାମର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ୨ ଲକ୍ଷ ଟଙ୍କାର ଋଣ ଲୋଭ ଦେଖାଇ ସାଇବର ଲୁଟେରା ତାଙ୍କଠାରୁ ୪୦ ହଜାର ଟଙ୍କା ଲୁଟି ନେଇଛନ୍ତି । ସେ ଏନେଇ ନାଲକୋନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୂଚନା ମୁତାବକ, ସାଇବର ଠକେଇର ଶିକାର ହୋଇଥିବା ଯୁବକ ହେଲେ ପ୍ରସନ୍ନ କୁମାର ସାହୁ । ତାଙ୍କ ପ୍ରକୃତ ଘର କନ୍ଧମାଳ ଜିଲ୍ଲାରେ ହୋଇଥିବା ବେଳେ ସେ କୁଲାଡ ଗ୍ରାମରେ ରହୁଛନ୍ତି। ଉଦ୍‌ବେଗର ବିଷୟ, ଜିଲ୍ଲାରେ ଏଭଳି ସାଇବର ଠକେଇ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି। ପୁଲିସ୍‌ ପକ୍ଷରୁ ବ୍ୟାପକ ସଚେତନତା କରାଯାଉଛି । କୌଣସି ଅଜଣା ବ୍ୟକ୍ତିର କଥାରେ ଭାସିଯାଇ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ଦେବାକୁ ବାରଣ କରାଯାଇଛି । ଏହାସରେ ଲୋକ ଚେତୁ ନାହାନ୍ତି । ସାଇବର ଠକଙ୍କ ହାବୁଡ଼ରେ ପଡ଼ିବା ସହ ଲୋଭରେ ପଡ଼ି କଷ୍ଟ ଅର୍ଜିତ ଟଙ୍କାକୁ ହରାଉଛନ୍ତି ।

Puspa Facial Hub

Leave A Reply

Your email address will not be published.