ଅନୁଗୁଳ(Jugal Kishore Sahoo): କଣିହାଁ ଥାନା ବଡ଼ଗୁଣ୍ଡରୀ ଗ୍ରାମବାସୀଙ୍କୁ ଯାଜପୁର ପାଣିକୋଇଲି ଗ୍ରାମର ଆଶିଷ କୁମାର ଜେନା ୨ଲକ୍ଷ୨ ୫ହଜାର ସହ ଅନ୍ୟ ଜଣେ ଯୁବକଙ୍କ ବାଇକ୍ ନେଇ ଚମ୍ପଟ ମାରିଥିବା ଥାନାରେ ଅଭିଯୋଗ ହୋଇଛି ଅଭିଯୋଗ ମୁତାବକ, ଆଶିଷ ବଡ଼ଗୁଣ୍ଡରୀ ଗ୍ରାମର ଆଲୋକ କୁମାର ପଟ୍ଟନାୟକଙ୍କ ଦୋକାନରେ ରୋଷେୟା ଭାବେ ଗତ ୧୪ଜୁଲାଇ କାମ କରିବାକୁ ଆସିଥିଲା। କିଛି ଦିନ ପରେ ତାର ସ୍ତ୍ରୀ ଓ ୪ବର୍ଷର ପୁଅକୁ ଧରି ସପରିବାର ମାଲିକ ଆଲୋକଙ୍କ ଘରେ ରହିଲା। କିଛି ଦିନ ପରେ ଏନ୍ଟିପିସି, କଣିହା ପ୍ରକଳ୍ପରେ ମେଣ୍ଟେନାନ୍ସରେ କାମ କରାଇଦେବି କହି ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କ ଠାରୁ ୬୦ହଜାର ଟଙ୍କା ନେଇଥିଲା ଅଚ୍ୟୁତାନନ୍ଦଙ୍କ ସଂପକୀୟ ବଡଭାଇ ଆଲୋକ ପଟ୍ଟନାୟକଙ୍କ ଠାରୁ ରୋଷେୟା ଆସି ଆଡଭାନୁ ଆକାରରେ ୪୫ ହଜାର ଟଙ୍କା, ସତ୍ୟବାନ ସାହୁଙ୍କ ଠାରୁ ୬୦, ପଦମନ ସାହୁଙ୍କ ଠାରୁ ୬୦ହଜାର ଟଙ୍କା ନେଇ ଯାଇଥିବା ଅଚ୍ୟୁତାନନ୍ଦ ପରେ ଜାଣିବାକୁ ପାଇଥିଲେ । ସେହିପରି ଅଚ୍ୟୁତାନନ୍ଦଙ୍କ ଦ୍ବିତୀୟ ବଡ଼ଭାଇ ଗୋପାଳଚନ୍ଦ୍ର ପଟ୍ଟନାୟକଙ୍କୁ ମଧ୍ୟ ଏନଟିପିସି ମେଣ୍ଟେନାନ୍ସରେ କରାଦେବା କହି ଟଙ୍କା ଠକିନେଇଥିବା ଏପରିକି ଗତ ୬ତାରିଖ ଦିନ ଆଶିଷର ଦେହ ଅଶୁସ୍ଥ ଅଛି କହି ଅଚ୍ୟୁତାନନ୍ଦଙ୍କ ବାଇକ ନଂ ଓଡି-୧୯-ଡି ୭୨୭୧ ବାଇକ୍ ମେଡିକାଲ କହି ନେଇଯାଇଥିଲା । ତେବେ ସେହିଦିନ ଆଶିଷ ଆଉ ତାଙ୍କ ଭଡାଘରକୁ ଫେରିନଥିଲେ । ତାପରଦିନ ଆଶିଷକୁ ଫୋନ୍ କରିବା ପରେ ସେ ଆଉ ଫୋନ୍ ରିସିଭ୍ କରିନଥିଲେ। ପରେ ଆଶିଷ ରହୁଥିବା ଭଡାଘରକୁ ଯାଇ ଦେଖିବାରୁ ଆଶିଷ ଫେରାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ପୁଲିସ୍ ଏକ ଠକେଇ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିବା ଜଣାପଡିଛି।
୨ଲକ୍ଷ ସହ ବାଇକ୍ ନେଇ ଭଡାଟିଆ ଛୁ, ଥାନାରେ ଠକେଇ ମାମଲା ରୁଜୁ
- Post published:September 10, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
