ଅନୁଗୁଳ ଜିଲ୍ଲା ପୁଲିସ ହାବିଲଦାର ଓ କନେଷ୍ଟବଳ ସଂଘ ନିର୍ବାଚନ

ବାବୁଲି ନାୟକ ସଭାପତି, ଅରବିନ୍ଦ ସାହୁ ସମ୍ପାଦକ

0

ଅନୁଗୁଳ : ଅନୁଗୁଳ ଜିଲ୍ଲାର ପୁଲିସ ଓ ହାବିଲଦାର ସଂଘ ନିର୍ବାଚନ ଫଳାଫଳ ଗୁରୁବାର ଘୋଷଣା ହୋଇଛି । ଏଥିରେ ବାବୁଲି ନାୟକ ସଭାପତି, ଅରବିନ୍ଦ ସାହୁ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ରାଜଶ୍ରୀ ପ୍ରଧାନ, ସହ ସମ୍ପାଦକ ଭାବେ ମାମୁଲି ନାୟକ ଓ ମାନସ ବେହେରା, କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ର କିଷାନ, କାର୍ଯ୍ୟକାରୀ ସଦସ୍ୟ ଭାବେ ପ୍ରୀତି ପଲ୍ଲବୀ ପରିଡ଼ା, ଅଶୋକ ପଲେଇ, ଚନ୍ଦନ ନାୟକ, ସୁନିଲ ଅମାନ୍ତ, ପ୍ରକାଶ ମଲ୍ଲିକ ନିର୍ବାଚିତ ହୋଇଛନ୍ତି ।
ଏସ୍‌ପି ଜଗମୋହନ ମୀନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ପରିଚାଳିତ ହୋଇଥିଲା । ସଂଘର ବରିଷ୍ଠ ସଦସ୍ୟ ତଥା ପରାମର୍ଶଦାତା ପ୍ରଦୀପ୍ତ ପଟ୍ଟନାୟକ, ନିରଞ୍ଜନ ରାଉତ ନିର୍ବାଚନ ପରିଚାଳନାରେ ସହଯୋଗ କରିଥିଲେ । ନବ ନିର୍ବାଚିତ କର୍ମକର୍ତ୍ତାମାନେ ପୁଲିସ ବିଭାଗର ଉଚ୍ଚ ଅଧିକାରୀମାନଙ୍କୁ ଭେଟି ସେମାନଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.