ଅନୁଗୁଳ: କୋଭିଡ୍ କଟକଣା ଯୋଗୁଁ ଅନୁଗୁଳ ଜିଲ୍ଲା ସମେତ ସାରା ରାଜ୍ୟରେ ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ ସ˚ଗ୍ରହ କମିଛି। ତେବେ କଟକଣା କୋହଳ ପରେ ରାଜସ୍ବ ସ˚ଗ୍ରହ ସାମାନ୍ୟ ବଢ଼ିଥିବା ଜଣାପଡ଼ିଛି। ନଭେମ୍ବର ମାସରେ ୩ ପ୍ରତିଶତ ବଢ଼ିଥିବା ବେଳେ ଡିସେମ୍ବରରେ ୮ ପ୍ରତିଶତ ରାଜସ୍ବ ବଢ଼ିଛି। ଏସ୍ଟିଏର ତଥ୍ୟ ଅନୁସାରେ ୨୦୧୯ ନଭେମ୍ବରରେ ୧୪୫ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୨୦୨୦ ନଭେମ୍ବରରେ ୧୪୯ କୋଟି ଟଙ୍କା ଆଦାୟ ହୋଇଛି। କିନ୍ତୁ ସମ୍ପୂର୍ଣ୍ଣ ଲକ୍ଡାଉନ୍ ସମୟରେ ଅର୍ଥାତ୍ ଏପ୍ରିଲ୍ରୁ ଡିସେମ୍ବର ୨୦୨୦ ମଧ୍ୟରେ ରାଜସ୍ବ ୨୫ ପ୍ରତିଶତ କମିଛି। ଏହି ସମୟ ଭିତରେ ମୋଟର ଯାନ ଟିକସ ଭାବେ ୬୧୫ କୋଟି, ଫିସ୍ ବାବଦକୁ ୧୧୩ କୋଟି, ଇ ଚାଲାଣ ବାବଦକୁ ୨୧ କୋଟି ଟଙ୍କା ଆଦାୟ ହୋଇଛି। ୨୦୧୯ ଏପ୍ରିଲ୍ରୁ ଡିସେମ୍ବର ମଧ୍ୟରେ ରାଜ୍ୟରେ ୮.୩୫ ଲକ୍ଷ ଗାଡ଼ି ବିକ୍ରି ହୋଇଥିବା ବେଳେ ୨୦୨୦ରେ ୬.୦୧ ଲକ୍ଷ ଗାଡ଼ି ବିକ୍ରି ହୋଇଛି। ଅନୁଗୁଳ ଜିଲ୍ଲାରେ ବିଭିନ୍ନ ଗାଡ଼ି ସୋ’ରୁମ୍ରେ ମଧ୍ୟ ଗାଡ଼ି ବିକ୍ରି ସ˚ଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ଜିଲ୍ଲାରେ ଏହି ସମୟ ଭିତରେ ୨୫ରୁ ୩୫ ପ୍ରତିଶତ କମ୍ ଗାଡ଼ି ବିକ୍ରି ହୋଇଥିବା ଆକଳନ କରାଯାଇଛି।
କୋଭିଡ-୧୯ ପ୍ରହାର କମିଛି ଗାଡ଼ି ବିକ୍ରି ଓ ପରିବହନ ରାଜସ୍ବ
- Post published:January 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul