ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ

You are currently viewing ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ

ଅନୁଗୁଳ: ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଜିଲ୍ଲାସ୍ତରୀୟ ସଂସ୍କୃତ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଜୟ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟର ଆଚାର୍ଯ୍ୟ ଦେବାଶିଷ ଦାଶ, ଉପଦେଷ୍ଟା କଣ୍ଡୁରୀ ଚରଣ ଭୁତିଆ, ସୁବ୍ରତ କୁମାର କର, ରାଜ୍ୟ ପଶ୍ଚିମ ସଂଭାଗ ସମ୍ପାଦକ ଜୟରାମ ମିଶ୍ର, ଜିଲ୍ଲା ସମ୍ପାଦକ ସ୍ୱାଧୀନ ବସ୍ତିଆ ତଥା ବୃକ ସ୍ତରୀୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସଂସ୍କୃତ ଭାଷାର ସୁରକ୍ଷା ଉପରେ ଆଲୋଚନା କରିଥିଲେ ।ସଂସ୍କୃତ ଶିକ୍ଷକ ଚିଦାନନ୍ଦ ଦେହୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ମନୋରଞ୍ଜନ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ। କୋଭିଡ଼ ଗାଇଡ୍ ଲାଇନ୍ ପାଳନ କରାଯାଇ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା ।

Share

Leave a Reply