Sunshine Communication

ଅସହାୟ ୧୧ ଶିଶୁଙ୍କ ଥଇଥାନ ପ୍ରୟାସ

0

ଅନୁଗୁଳ: ଜିଲ୍ଲାରେ ଥିବା ବାପ-ମା’ଛେଉଣ୍ଡ ପିଲାଙ୍କ ଥଇଥାନକୁ ଗୁରୁତ୍ବ ଦେଉଛି ଜିଲ୍ଲା ପ୍ରଶାସନ। ବାପା-ମା’ଙ୍କୁ ହରାଇବା ପରେ ସେମାନଙ୍କର ଅନାଥ ପିଲାମାନଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ହୋଇଛି । ରବିବାର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀଶଙ୍କର ବେହେରା ପାଳଲହଡ଼ା ଗସ୍ତରେ ଯାଇ ୧୧ ଜଣ ଅସହାୟ ଶିଶୁଙ୍କ ଥଇଥାନ ବ୍ୟବସ୍ଥା କରିଛନ୍ତି । ଶ୍ରୀ ବେହେରା ଘରକୁ ଘର ଯାଇ ତିନୋଟି ପରିବାରର ୧୧ ଜଣ ଅନାଥ ଶିଶୁଙ୍କ ସମ୍ପର୍କରେ ଆଲୋଚନା କରିଥିଲେ । ସେମାନଙ୍କ ଭଲମନ୍ଦ ବୁଝିବା ସହିତ ସ୍ଥାନୀୟ ସରପଞ୍ଚ, ଅଙ୍ଗନୱାଡି କର୍ମୀ, ଚାଇଲ୍ଡ ଲାଇନ୍ ଷ୍ଟାଫ୍ ଓ ୱାର୍ଡମେମ୍ବର ଓ ‘ଜିତା’ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ଶିଶୁଙ୍କୁ ଉତ୍ତମ ଶିକ୍ଷା ସହ ସମସ୍ତ ପରିବାରକୁ ଏନ୍‌ଏଫ୍‌ବିଏସ୍‌ରେ ସାମିଲ୍ କରିବାକୁ ପାଳଲହଡ଼ା ଉପଜିଲ୍ଲାପାଳଙ୍କ ସହ ଶ୍ରୀ ବେହେରା ଆଲୋଚନା କରିଥିବା ଜଣାପଡ଼ିଛି ।

 

Puspa Facial Hub

Leave A Reply

Your email address will not be published.