ଅନୁଗୁଳ:ଚାକିରି କରାଇଦେବା ନାଁରେ ବିଭିନ୍ନ ଅଞ୍ଚଳରୁ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ମାମଲାରେ କୋଲିୟରୀ ଥାନା ପୁଲିସ ଶୁକ୍ରବାର ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ, ନାଲକୋ ଥାନା ଇଲାକା କୁଲାଡ ଗ୍ରାମର ଶାନ୍ତନୁ କୁମାର ବାରିକ(୨୮) ଓ ଅନୁଗୁଳ ଥାନା ଶିମିଳିପଡାର ବିକାଶ ରଞ୍ଜନ ନାଏକ (୩୮) । ପୁଲିସ୍ ସେମାନଙ୍କର ମୋବାଇଲ୍ ସହି ଗୋଟିଏ ଲାପଟପ୍ ଓ ବହୁ ନକଲି ନିଯୁକ୍ତି ପତ୍ର ଜବତ କରିଛି । ଜବତ ଲାପଟପରେ ଅଭିଯୁକ୍ତ ଠକିଥିବା ଯୁବକମାନଙ୍କ ସମସ୍ତ ତଥ୍ୟ ରହିଥିବା ଜଣାପଡିଛି ।
ଚାକିରି ନାଁରେ ଠକେଇ ମାମଲା, ବନ୍ଧା ହେଲେ ଆଉ ୨ ଅଭିଯୁକ୍ତ
- Post published:March 20, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
