ଜେଏସପିଏଲ୍ ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ୍) ଓଡିଶା ରାଜ୍ୟର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେp ସର୍ବାଧିକ ଜିଏସଟି ପ୍ରଦାନକାରୀ ଶିଳ୍ପ ସଂସ୍ଥା ଭାବରେ ପରିଗଣିତ ହୋଇଛି। ୨୦୧୮ ଠାରୁ ଆରମ୍ଭ କରି ୨୦୨୧ ମସିହା ପାଇଁ ଜିଏସଟି ପ୍ରଦାନର ହିସାବକୁ ଆଧାର କରି ରାଉରକେଲା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିସନରେଟ ପକ୍ଷରୁ ଜେଏସପିଏଲ୍ ଅନୁଗୁଳ ୟୁନିଟକୁ ସଚୋଟ ଟିକସ ଅଭ୍ୟାସ ନିମନ୍ତେ ସମ୍ବର୍ଦ୍ଧିତ କରିଛି। ଏହି ଉଲ୍ଲେଖନୀୟ ଅଭ୍ୟାସ ନିଶ୍ଚିତ ରୂପେ ଅନ୍ୟ ଶିଳ୍ପ ସଙ୍ଗଠନକୁ ସଚୋଟତା ଦିଗରେ ପ୍ରେରିତ କରିବ ଏବଂ ସେମାନଙ୍କୁ ମଧ୍ୟ ରାଷ୍ଟ୍ର ନିର୍ମାଣ ଦିଗରେ ଉତ୍ସାହିତ କରିବ ବୋଲି ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ପ୍ରଦତ୍ତ ପ୍ରଶସ୍ତି ପତ୍ରରେ ଉଲ୍ଲେଖ କରାଯାଇଛି। ରାଉରକେଲା ଜିଏସଟି ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିଶନର ବିଜୟ ରିଷି ଏହି ଅବସରରେ ଅନୁଗୁଳ ଜେଏସପିଏଲର ଡିଜିଏମ(ଟାକ୍ସେସନ) ସଲିମ ଅଖତର ଓ ଡିଜିଏମ(ଫାଇନାନ୍ସ) ରବି ଵାଧାବନଙ୍କୁ ପ୍ରଶସ୍ତି ପତ୍ର ପ୍ରଦାନ କରିଥିଲେ। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ଗ୍ରହଣ ଅବସରରେ ଜେଏସପିଏଲର ଅନୁଗୁଳ ୟୁନିଟ ମୁଖ୍ୟ ହୃଦୟେଶ୍ଵର ଝା ପ୍ରକାଶ କରିଛନ୍ତି ଯେ, ରାଷ୍ଟ୍ରର ଆଇନ ଏବଂ ନିୟମକୁ ମାନି ଚଳିବା ହେଉଛି ପ୍ରତ୍ୟେକ ନାଗରିକ ଏବଂ ସଂସ୍ଥାର ପ୍ରମୁଖ ଦାୟିତ୍ଵ। ଏହା ଅତ୍ୟନ୍ତ ଖୁସିର ବିଷୟ ଯେ, ଆମ ଦେଶର ଅର୍ଥ ମନ୍ତ୍ରଣାଳୟ, ଓଡିଶା ରାଜସ୍ବର ଘରୋଇ କ୍ଷେତ୍ରରେ ସର୍ବାଧିକ ଜିଏସଟି ଟିକସ ପ୍ରଦାନ ନିମନ୍ତେ ଆମ୍ଭକୁ ପରିଗଣିତ କରିବା ସହିତ ଏକ ମାନପତ୍ର ସହ ମଧ୍ୟସମ୍ବର୍ଦ୍ଧିତ କରିଛନ୍ତି।

Leave A Reply

Your email address will not be published.