ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେସାଲ୍ ଟ୍ରେନ୍‌ର ନୂଆ ଟାଇମିଂ

0

ଭୁବନେଶ୍ୱର- ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍‌ସପ୍ରେସ୍ ଜାନୁଆରି ୯ ତାରିଖରୁ ପ୍ରତି ଶନିବାର ଭୁବନେଶ୍ୱରରୁ ବାହାରିବ । ଏହି ଟ୍ରେନ୍ ସକାଳ ୭ଟା ୧୫ରେ ଭୁବନେଶ୍ୱର ଛାଡିବ ଓ ନିର୍ଧାରିତ ଦିନର ସକାଳ ୯ଟା ୫୫ ମିିନିଟରେ ନୂଆଦିଲ୍ଲୀ ପହଞ୍ଚିବ । ଫେରିବା ବେଳେ ନୂଆଦିଲ୍ଲୀରୁ ଏହି ଟ୍ରେନ୍ ସଂଧ୍ୟା ୫ଟାରେ ବାହାରିବ ଓ ନିର୍ଧାରିତ ଦିନର ରାତି ୮ଟା ୧୦ ମିିନିଟରେ ଭୁବନେଶ୍ୱର ପହଞ୍ଚିବ ।
ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା ଓ ରାଉରକେଲା ଦେଇ ଯାଉଥିବା ଏହି ଟ୍ରେନ୍ ଲୋକଙ୍କ ସୁବିଧା ପାଇଁ ପ୍ରୟାଗରାଜରେ ଅଟକିବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି ।
ସେହିପରି ୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏକ୍ସପ୍ରେସ୍ ଭାୟା ଅଡ୍ରା ଆସନ୍ତା ଜାନୁଆରି ୧୦ ତାରିଖରୁ ପ୍ରତି ବୁଧବାର ଓ ରବିବାର ଭୁବନେଶ୍ୱରରୁ ବାହାରିବ । ଏହି ଟ୍ରେନ ସକାଳ ୧୦ଟା ୩୫ ମିନିଟରେ ଭୁବନେଶ୍ୱର ଛାଡି ନିର୍ଧାରିତ ଦିନର ସକାଳ ୯ଟା ୫୫ ମିନିଟରେ ନୂଆଦିଲ୍ଲୀରେ ପହଞ୍ଚିବ ।
ଏହି ଟ୍ରେନ ଫେରିବା ବେଳେ ଆସନ୍ତା ୧୧ ତାରିଖରୁ ପ୍ରତି ସୋମବାର ଓ ଶୁକ୍ରବାର ପ୍ରତି ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଛାଡିବ ଓ ନିର୍ଧାରିତ ଦିନର ଅପରାହ୍ନ ୪ଟା ୧୫ ମିନିଟରେ ଭୁବନେଶ୍ୱର ପହଞ୍ଚିବ ।
ସେହିପରି ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେସାଲ ରାଜଧାନୀ ଏ ଏକ୍ସପ୍ରେସ୍ ଭାୟା ଟାଟା ଆସନ୍ତା ଜାନୁଆରି ୧୧ ତାରିଖରୁ ପ୍ରତି ସୋମବାର, ମଙ୍ଗଳବାର, ଗୁରୁବାର ଓ ଶୁକ୍ରବାର ଭୁବନେଶ୍ୱରରୁ ବାହାରିବ । ସକାଳ ୯ଟା ୩୦ ରେ ଏହି ଟ୍ରେନ ଭୁବନେଶ୍ୱର ଛାଡି ନିର୍ଧାରିତ ଦିନର ସକାଳ ସକାଳ ୯ଟା ୫୫ ମିନିଟରେ ନୂଆଦିଲ୍ଲୀରେ ପହଞ୍ଚିବ । ସେଠାରୁ ଫେରିବା ବେଳେ ଏହି ଟ୍ରେନ୍ ଜାନୁଆରି ୧୨ ତାରିଖରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ସଂଧ୍ୟା ୫ଟାରେ ନୂଆଦିଲ୍ଲୀ ଛାଡିବ ଓ ନିର୍ଧାରିତ ଦିନର ସଂଧ୍ୟା ୫ଟା ୩୦ ମିିନିଟରେ ଭୁବନେଶ୍ୱର ପହଞ୍ଚିବ ।
ଭୁବନେଶ୍ୱରରୁ ବାହାରୁଥିବା ଉପରୋକ୍ତ ସମସ୍ତ ରାଜଧାନୀ ସ୍ପେସାଲ ଟ୍ରେନ୍ ପ୍ରୟାଗରାଜରେ ରାତି ୨ଟା ୩୩ ମିନିଟରେ ପହଞ୍ଚିବ ଓ ରାତି ୨ଟା ୩୫ ମିନିଟରେ ଛାଡିବ । ନୂଆଦିଲ୍ଲୀରୁ ଆସୁଥିବା ଟ୍ରେନ୍ ପ୍ରୟାଗରାଜରେ ରାତି ୧୧ଟା ୫୩ ମିନିଟରେ ପହଞ୍ଚି ରାତି ୧୧ଟା ୩୫ ମିନିଟରେ ପ୍ରୟୋଗରାଜ ଛାଡି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।

Leave A Reply

Your email address will not be published.

error: Content is protected !!