maa mangala vihar

କୋଭିଡ୍‌ ଯୋଦ୍ଧାଙ୍କ ପରିବାରକୁ ସହାୟତା

0

ଅନୁଗଳ: ସମ୍ପ୍ରତି କରୋନା ସ˚କ୍ରମଣ ସମୟରେ ଆକ୍ରାନ୍ତମାନଙ୍କୁ ଚିକିତ୍ସା ସେବା ଯୋଗାଇ ନିଜ ଜୀବନକୁ ଉତ୍ସର୍ଗ କରିଥିବା ୨ ଜଣ କରୋନା ଯୋଦ୍ଧାଙ୍କ ପରିବାରଙ୍କୁ ମଙ୍ଗଳବାର ଜିଲ୍ଲା ପ୍ରଶାସନ ତରଫରୁ ୫୦ ଲକ୍ଷ ଟଙ୍କା ଲେଖାଏଁ କୋଭିଡ୍‌ ସହାୟତା ରାଶି ପ୍ରଦାନ କରାଯାଇଛି। ପୂର୍ବାହ୍ଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦିବ˚ଗତ କୋଭିଡ୍‌ ଯୋଦ୍ଧା ଡା. ଶ୍ୟାମ ପ୍ରକାଶ ଦାସଙ୍କ ଧର୍ମପତ୍ନୀ ନିବେଦିତା ଦାସ ଏବ˚ ସୁବାସ ଚନ୍ଦ୍ର ବେହେରା (ଏମ୍‌ପିଏଚ୍‌ ଏସ୍‌-ପୁରୁଷ)ଙ୍କ ଧର୍ମପତ୍ନୀ ପାର୍ବତୀ ସାହୁଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶିର ଚେକ୍‌ ପ୍ରଦାନ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଚେକ୍ ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଅଭୟ କୁମାର ଦାଶ ଉପସ୍ଥିତ ଥିଲେ।

Leave A Reply

Your email address will not be published.