Sunshine Communication

ନାବାଳିକାଙ୍କ ନାମରେ ଫେସବୁକରେ ଅଶାଳିନ ମନ୍ତବ୍ୟ ଘଟଣା

ଗିରଫ ହେଲା ଅଭିଯୁକ୍ତ

0

ଅନୁଗୁଳ‌: ଅନୁଗୁଳ ଜିଲ୍ଲା ବଅଁରପାଳ ଥନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଉଦ୍ୟମ କରି ବିଫଳ ହେବା ପରେ ପ୍ରେମିକ ଫେସବୁକ୍‌ରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଶ୍ରୀକାନ୍ତ ନାହାକ(୨୨)ଙ୍କୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଗତ ୨୦ ତାରିଖରେ ଶ୍ରୀକାନ୍ତ ସେହି ଗ୍ରାମର ଜଣେ ନାବାଳିକାଙ୍କୁ ଅପହରଣ କରି ନେଉଥିବାବେଳେ ସାତମାଇଲଠାରେ ପୁଲିସ ଚେକିଂରେ ଧରାପଡ଼ିଥିଲା। ନାବାଳିକାଙ୍କୁ ପୁଲିସ ପରିବାରକୁ ହସ୍ତାନ୍ତର କରିଥିଲେ । ଏ ନେଇ ଗାଁରେ ବୈଠକ ଅନୁଷ୍ଠିତ ହୋଇ ସମାଧାନ ହୋଇଥିଲା । ତେବେ ସୋମବାର ଶ୍ରୀକାନ୍ତ ନିଜ ଫେସ୍‌ବୁକ୍‌ ଏକାଉଣ୍ଟରେ ନାବାଳିକାଙ୍କ ନାମରେ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିଲା। ଏ ନେଇ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ଥିଲା।

Puspa Facial Hub

Leave A Reply

Your email address will not be published.