ନାଲ୍‌କୋ ତରଫରୁ ପାରିପାର୍ଶିକ ହାଇସ୍କୁଲ୍‌ର ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ

0

ଅନୁଗୁଳୁ: ନାଲ୍‌କୋ ସ୍ମେଲଟର ଓ ପାୱାର କମ୍ପ୍ଲେକ୍ସ ଅନୁଗୁଳ ତରଫରୁ ପାରିପାର୍ଶ୍ବିକ ଅଞ୍ଚଳର ଉଚ୍ଚ ବିଦ୍ୟାଳୟର ୨୬ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ମେଧା ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୯-୨୦ ଶିକ୍ଷା ବର୍ଷରେ ଦଶମ ଶ୍ରେଣୀ ପରୀକ୍ଷାରେ ଏହି ୨୬ ଜଣ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିଲେ । ସମ୍ବର୍ଦ୍ଧନା ସଭାରେ ଏସ୍ଆଣ୍ଡପି ଇଡ଼ି ଅମ୍ବିକା ପ୍ରସାଦ ପଣ୍ଡା ଓ ଜିଜିଏମ ସତ୍ୟାନନ୍ଦ ସାହୁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମେଧା ସାର୍ଟିଫିକେଟ ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ । ୨୬ ଜଣଙ୍କ ମଧ୍ୟରୁ ୩ ଜଣ କୃତି ଛାତ୍ରୀ ନାଲକୋର ଅଲିଅଳି ଝିଅ’ ମଧ୍ୟ ଅଛନ୍ତି, ଯେଉଁମାନେ ନାଲକୋ ତରଫରୁ ଶିକ୍ଷାରେ ସହାୟତା ପାଇଁ ଅଲିଅଳି ଝିଅ ମେଧା ବୃଦ୍ଧି ପାଇ ଆସୁଛନ୍ତି । ନାଲ୍‌କୋ ଫାଉଣ୍ଡେସନ ତରଫରୁ କୋଭିଡ଼ କଟକଣା ପାଳନ ପୂର୍ବକ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

error: Content is protected !!