ନିଯୁକ୍ତି ଦାବୀରେ ଠିକା କମ୍ପାନୀ ଗ୍ୟାରେଜ ସମ୍ମୁଖରେ ଧାରଣା

0

ଅନୁଗୁଳ (Jugal Kishore Sahoo):ଅନୁଗୁଳ ଜିଲ୍ଲା କଣିହାଁ ଖୋଲା ମୁହଁ କୋଇଲା ଖଣିରେ ପୂର୍ବରୁ ଭିଏଫ୍‌ପିଏଲ୍ ଅଧୀନରେ କାର୍ଯ୍ୟ କରୁଥିବା ୭୯ଜଣ ଶ୍ରମିକକାର୍ଯ୍ୟରତ ଆରଏସ୍ ନାମକ ଏକ ଠିକାରେ ସଂସ୍ଥା ଅଧିନରେ ନିଯୁକ୍ତି ଦାବୀକରି ମଙ୍ଗଳବାର ସଂପୃକ୍ତ ଠିକା କମ୍ପାନୀ ଗ୍ୟାରେଜ୍ ସମ୍ମୁଖରେ ୮ଘଣ୍ଟା ଧାରଣା ଦେଇଥିଲେ । ଫଳରେ ଆରଏସ ନେଇଥିବା ମାଟି ଓ କୋଇଲା ଉତ୍ତୋଳନ ସାଇଡିଂ ବନ୍ଦ ରହିଥିଲା । ଖଣ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଏକ ଦିପାକ୍ଷିକ ସମାଧାନୀ ବୈଠକ ବସିଥିଲା ଖଣି ମହାପ୍ରବନ୍ଧକ କିଶୋର କୁମାର ରାହୁଳ, ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ପାତ୍ର, କଣିହାଁ ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ, ଶ୍ରମିକ ସଂଘର ସମ୍ପାଦକ ନରହରି ସାହୁ, ଶ୍ରମିକ ଓ କମ୍ପାନୀ ଇନ୍ ଚାର୍ଜ ସାମିଲ ହୋଇଥିଲେ । କୌଣସି ନିଷ୍ପତି ନହେବାରୁ ଆସନ୍ତା କାଲି ଧାରଣା ଜାରୀ ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ପ୍ରକାଶ ଥାଉକି, ଆନ୍ଦୋଳନରତ ୭୯ଜଣ ଶ୍ରମିକ, ପୂର୍ବରୁ ଖଣିରେ କାର୍ଯ୍ୟ କରୁଥିବା ଭିଏଫପିଏଲ୍ ଅଧିନରେ ଶ୍ରମିକ, ଚାଳକ, ହେଲପର୍ ରୂପେ କାମ କରିଆସୁଥିଲେ । କିନ୍ତୁ ନୂତନ ଠିକା ସଂସ୍ଥା ଆରଏସ ଏହି କାମ ନେଇଛି । ସେମାନଙ୍କ ନିଯୁକ୍ତି ନଦେଇ ବାହାର ଲୋକଙ୍କୁ ରଖିବା ଓ ରାଜନେତାଙ୍କ ସୁପାରିସ କ୍ରମେ ଜିଲ୍ଲା ବାହାର ଲୋକଙ୍କୁ ଏହି ନିଯୁକ୍ତି ସୁଯୋଗ ମିଳୁଥିବା ଯୋଗୁ ଏଭଳି ଆନ୍ଦୋଳନ ବାରମ୍ବାର ମୁଣ୍ଡ ଟେକୁଛି ବୋଲି ଆନ୍ଦୋଳନକାରୀଙ୍କ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.

error: Content is protected !!