Sunshine Communication

ନାବାଳିକାକୁ ବଳାତ୍କାର, ଯୁବକ ଅଟକ

0

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍ ଠାକୁରଗଡ଼ ଥାନା ଇଲାକାର ଜଣେ ନାବାଳିକାକୁ ବଳାତ୍କାର ଅଭିଯୋଗରେ ପୁଲିସ ସେହି ଗ୍ରାମର ଜ୍ୟୋତିର୍ମୟ ସାହୁ ନାମକ ଜଣେ ଯୁବକକୁ ଥାନାରେ ଅଟକ ରଖିଛି । ନାବାଳିକା ଜଣକ ନିକଟସ୍ଥ ଜଙ୍ଗଲକୁ ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ମାଡ଼ମାରି ଭୟଭୀତ କରିବା ପରେ ବଳାତ୍କାର କରିଥିଲା। ଏ ସମ୍ପର୍କରେ ପୀଡ଼ିତା ଘରେ ଜଣାଇବା ପରେ ଗାଁରେ ବୈଠକ ବସି ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଥିଲା । ତେବେ ଏଥିରେ ପୀଡ଼ିତାଙ୍କ ଭାଇ ଅସନ୍ତୋଷ ପ୍ରକଟ କରି ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ହେବା ପରେ ପୁଲିସ ଏକ କେଶ ରୁଜୁ କରି ଛାନ୍‌ଭିନ୍ ଚଳାଇଛନ୍ତି । ଆଠମଲ୍ଲିକ ଏସଡିପିଓ ଭବାନୀ ଶଙ୍କର ଉଦ୍‌ଗାତା ମାମଲାର ତଦନ୍ତ ଚଳାଇଥିବା ଠାକୁରଗଡ଼ ଥାନା ଅଧିକାରୀ ପୀତାମ୍ବର ମଲ୍ଲିକ ପ୍ରକାଶ କରିଛନ୍ତି ।

Puspa Facial Hub

Leave A Reply

Your email address will not be published.