ବେଆଇନ ଇଟାଭାଟିରେ ଚଢ଼ଉ

ମେସିନ୍‌ରେ ଭାଙ୍ଗିଲେ ହଜାର ହଜାର ମାଟିଇଟା

0

ଅନୁଗୁଳ: କଣିହାଁ ବ୍ଲକ୍ ଅର୍କିଳ ଗାଁ ବ୍ରାହ୍ମଣୀ ନଦୀକୂଳରେ ଗଢ଼ିଉଠିଥିବା ବେଆଇନ ମାଟିଇଟା ଭାଟିରେ ପ୍ରଶାସନ ପକ୍ଷରୁ ଶନିବାର ଚଢ଼ଉ କରାଯାଇଛି। ମେସିନ ଲଗାଇ ହଜାର ହଜାର ଇଟା ନଷ୍ଟ କରାଯାଇଛି। ତହସିଲ ସୂତ୍ରରୁ ପ୍ରକାଶ, ବେଦପ୍ରକାଶ ପ୍ରଧାନ ଓ ପିଣ୍ଟୁ ପ୍ରଧାନ ଏଠାରେ ମାଟିଇଟା ଭାଟି ତିଆରି କରିଥିଲେ। ତହସିଲ ପକ୍ଷରୁ ବାରମ୍ବାର ବାରଣ ସତ୍ତ୍ଵେ ସେମାନେ ଇଟା ଗଢ଼ି ଚାଲିଥିଲେ। କଣିହାଁ ତହସିଲଦାର ପତିତପାବନ ଦେବତା, ଅତିରିକ୍ତ ତହସିଲଦାର ରବୀନ୍ଦ୍ର ସାମଲ ଓ ସ୍ଥାନୀୟ ଆର୍‌ଆଇ ଚଢ଼ଉକରି ଜେସିବି ମେସିନ ଲଗାଇ ଇଟା ନଷ୍ଟ କରିଥିଲେ। ଆଗକୁ ମଧ୍ୟ ବେଆଇନ ଇଟାଭାଟି ଉପରେ ଚଢ଼ଉ ଜାରି ରହିବ ବୋଲି ତହସିଲ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.