ଜାମା କିଣିବାକୁ ଆସି ଛାତ୍ରୀ ନିଖୋଜ

0

ଅନୁଗୁଳ: ଆଠମଲ୍ଲିକ ବ୍ଲକ୍ ତଥା ଠାକୁରଗଡ଼ ଥାନା ଇଲାକାରେ ଜଣେ ୧୮ ବର୍ଷର ଯୁବତୀ କେଉଁ ଆଡ଼େ ନିଖୋଜ ହୋଇଯାଇଛନ୍ତି । ଡେସ୍ କିଣିବାକୁ ଦୁଇ ଦିନ ତଳେ ଏହି କଲେଜ ପଢୁଆ ଛାତ୍ରୀ ଜଣକ ଘରୁ ପଳାଇ ଆସିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେ ଘରକୁ ଫେରିନାହାନ୍ତି । ଆଖପାଖରେ ଖୋଜାଖୋଜି କରି ନିରାଶ ହେବା ପରେ ଛାତ୍ରୀଙ୍କ ବାପା ଏ ନେଇ ଗୁରୁବାର ଠାକୁରଗଡ଼ ଥାନାରେ ଏତଲା ଦେଇଛନ୍ତି । ପେଡ଼ିପଥର ଓ ଠାକୁରଗଡ଼ ଖଇରାସାହିର ଦୁଇ ଜଣ ଯୁବକ ଛାତ୍ରୀଙ୍କ ନିଖୋଜ ସମ୍ପର୍କରେ ଅବଗତ ଥିବା ଏତଲାରେ ଦର୍ଶାଯାଇଛି। ପୁଲିସ ଘଟଣାର ଅନୁସନ୍ଧାନ ଚଳାଇଛି।

Leave A Reply

Your email address will not be published.

error: Content is protected !!