ଅନୁଗୁଳ ପାଇଁ ନୂଆ

ସହରରେ ହେବ ଇ-ଟଏଲେଟ

0

ଅନୁଗୁଳ: ଖୋଲାରେ ଶୌଚ କରିବା ଅର୍ଥାତ୍‌ ଶୌଚାଳୟର ବ୍ୟବହାର ନକରି ପୃଥିବୀରେ ଦୈନିକ ହଜାର ହଜାର ବ୍ୟକ୍ତି, ଶିଶୁ ଆଦି ବିଭିନ୍ନ ପେଟ ରୋଗ ଯଥା ଝାଡ଼ାବାନ୍ତି, କୃମି ଏବ˚ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି। ଏଥିପାଇଁ ୟୂୁନିସେଫ ପକ୍ଷରୁ ଏବେ ଇ-ଟଏଲେଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ପରାମର୍ଶ ଦିଆଯାଇଛି। ଅନୁଗୁଳ ଏକ ଶିଳ୍ପସମୃଦ୍ଧ ସହର ହୋଇଥିଲେ ବି ଅଦ୍ୟାବଧି ଶତପ୍ରତିଶତ ଲୋକ ଶୌଚାଳୟ ବ୍ୟବହାର କରୁନାହାନ୍ତି। ତେଣୁ ଗତ ଅକ୍ଟୋବରରେ ଇ-ଟଏଲେଟ୍‌ ସ୍ଥାପନ ପାଇଁ ପରାମର୍ଶ ଦେଇଛି ୟୁନିସେଫ। ଅନୁଗୁଳ ପୌର କତ୍ତୃର୍ପକ୍ଷ ଏହା ଉପରେ ବିଚାର କରି ଦେଖୁଛନ୍ତି। ଏହି ଟଏଲେଟ୍‌ ଷ୍ଟିଲ୍‌ରେ ତିଆରି ଏକ କ୍ୟାବିନ୍‌, ଯେଉଁଥିରେ କି ସମ୍ପୂର୍ଣ୍ଣ ବ୍ୟବହାରକୁ କାର୍ଯ୍ୟକାରୀ କରିବା ପାଇଁ କମ୍ପ୍ୟୁଟର ଏବ˚ ସେନ୍‌ସର‌୍‌ ବ୍ୟବସ୍ଥା ରଖାଯାଇଛି। କଏନ୍‌ ଦେଇ ଏହି ଇ-ଟଏଲେଟ୍‌ ବ୍ୟବହାର କରାଯାଇପାରିବ। ଏଥିପାଇଁ କୌଣସି ପରିଚାଳକର ଆବଶ୍ୟକତା ନାହିଁ। ବାହାରୁ ଥାଇ ଲାଇଟି˚ ସିଗ୍‌ନାଲ୍‌କୁ ଦେଖି ଟଏଲେଟ୍‌ କିଏ ବ୍ୟବହାର କରୁଛି ନା ନାହିଁ ଜାଣିହେବ। ପାଣି ଫ୍ଲସ୍‌ ବ୍ୟବସ୍ଥା ମଧ୍ଯ ସମ୍ପୂର୍ଣ୍ଣ ସ୍ବୟ˚ଚାଳିତ ହେବ। ଏହାଦ୍ବାରା ପୌରପାଳିକାକୁ ରାଜସ୍ବ ମଧ୍ୟ ଆସିପାରିବ। ଏହି କାଉଣ୍ଟରରେ ସ୍ବାସ୍ଥ୍ୟ ଓ ପରିମଳ ଜନିତ ସଚେତନତା ସୃଷ୍ଟି କରାଯିବ। ଅନୁଗୁଳରେ ଏହି ଟଏଲେଟ୍‌ ନେଇ ସାଧାରଣରେ ବେଶ୍‌ କୌତୁହଳ ସୃଷ୍ଟି ହୋଇଛି।
ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ପୌରପାଳିକା ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସାମ୍ନା ତଥା ସଂଜୀବନୀ ମାର୍କେଟରେ ଇ- ଟଏଲେଟ୍ ସ୍ଥାପନ ପାଇଁ ଆଜି ଜବରଦଖଲ ଉଛେଦ କରଯାଇଛି।

Leave A Reply

Your email address will not be published.

error: Content is protected !!