କରୋନା ମୁକାବିଲା

You are currently viewing କରୋନା ମୁକାବିଲା

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଯୋଗଦାନ ପରଠାରୁ କରୋନା ମୁକାବିଲା ଉପରେ ସମ୍ପୂର୍ଣ୍ଣ ଫୋକସ୍‌ କରିଛନ୍ତି। ସାମାଜିକ ଦୂରତା ବଜାୟ ନ ରଖିଲେ ଦୋକାନ ସିଲ୍‌। ମାସ୍କ ନ ପିନ୍ଧିଲେ ଫାଇନ୍‌ ଆଦାୟକୁ ଜୋର‌୍‌ଦାର କରିବା ସହ କୋଭିଡ୍‌ ପରୀକ୍ଷଣକୁ ମଧ୍ୟ ଅଧିକ ବିସ୍ତାରିତ କରିବା ପାଇଁ ସ୍ବାସ୍ଥ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ସୁଫଳ କେତେକା˚ଶରେ ଦେଖିବାକୁ ମିଳିଲାଣି। ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡର ଘନଘନ ଚଢ଼ଉରେ ବହୁ ମଲ୍‌, ମାର୍କେଟ୍‌ କମ୍ପ୍ଲେକ୍ସକୁ ବନ୍ଦ କରାଯାଇଛି। ମାସ୍କ ନ ପିନ୍ଧିବାଜନିତ ଫାଇନ୍‌ ସ˚ଗ୍ରହ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୬ରୁ ୧୪ ବର୍ଷ ବୟସର ପିଲାମାନେ ଅଧିକ ସଚେତନ ଥିବାରୁ ବଡ଼ମାନଙ୍କ ତୁଳନାରେ କମ୍‌ ସ˚କ୍ରମିତ ହେଉଥିବା ଦେଖାଦେଇଛି। ସରକାରୀ ରିପୋର୍ଟ ମୁତାବକ, ଅକ୍ଟୋବର ୨୧ ତାରିଖ ଦିନ ୧୫୨ ଜଣ କରୋନା ପଜିଟିଭ୍‌ ବାହାରିଥିବା ବେଳେ ୨୨ ତାରିଖରେ ୧୩୧ ଜଣ, ୨୩ ତାରିଖ ଦିନ ୧୧୬ ଜଣ କୋଭିଡ୍‌ ଚିହ୍ନଟ ହୋଇଛନ୍ତି। ଏଣେ ସ୍ଥାନୀୟ ଜନସାଧାରଣ ଇମ୍ୟୁନିଟି ବୃଦ୍ଧି ପାଇଁ ଯୋଗ ପ୍ରାଣାୟମ ସାଙ୍ଗକୁ, ଆୟୁର୍ବେଦିକ କାଢ଼ା ବ୍ୟବହାର, ଗରମ ବାମ୍ଫ ଗ୍ରହଣ କରିବା ଭଳି ବିଭିନ୍ନ କାର୍ଯ୍ୟ ଉପରେ ଗୁରୁତ୍ବ ଦେଉଛନ୍ତି।

Share

Leave a Reply