ଅନୁଗୁଳ: ଭୁବନେଶ୍ୱର ସହିଦନଗରରୁ ଏକ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଶତାଧିକ ଫୋନ୍ ଉଦ୍ଧାର ହୋଇଛି। ଅନୁଗୁଳ, ଯାଜପୁର, ଭୁବନେଶ୍ଵର ଓ ରାଉରକେଲା ଆଦି ଅଞ୍ଚଳରୁ ଏହି ଫୋନ୍ ସବୁ ଚୋରି ହୋଇଥିଲା। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳର ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି । ଏମାନେ ଲୋକଙ୍କଠାରୁ ଛିନତାଇ କରି ମୋବାଇଲ୍ ଫୋନ୍ ଲୁଟ୍ କରୁଥିଲେ । ପରେ କମ୍ ପଇସାରେ ଅନ୍ୟଙ୍କୁ ବିକ୍ରି କରୁଥିଲେ । ଚୋରି ମୋବାଇଲ୍ ଫୋନଗୁଡ଼ିକୁ କିଣିଥିବା ୮୨ ଜଣ ତଦନ୍ତ ପରିସରଭୁକ୍ତ ହେବେ ବୋଲି କୁହା ଯାଇଛି।
ଭୁବନେଶ୍ୱର ପୁଲିସ୍ କବଜାରେ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ
- Post published:December 8, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul