ଲୋଭ ଦେଖାଇ ଲୁଟିନେଲା

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପୁଣି ଦଲାଲ ସକ୍ରିୟ ହୋଇଛନ୍ତି l ଲୋଭ ଦେଖାଇ ଜଣେ ନିରୀହ ଲୋକଠାରୁ ୬୫୦ ଟଙ୍କା, ଆଧାର କାର୍ଡ, ବ୍ୟାଙ୍କ ପାସ୍ ବୁକ୍ ନେଇଯାଇଛନ୍ତି l ଶନିବାର ମଧ୍ୟାହ୍ନ ରେ ପୁରୁଣାଗଡ଼ ଗ୍ରାମର କ୍ଷୀରୋଦ ବେହେରା ପତ୍ନୀ ଚୁମକି ପାତ୍ର ଦୁଇ ଝିଅଙ୍କୁ ଧରି ଅନୁଗୁଳ ମେଡିକାଲ ଆସିଥିଲେ l ଝିଅର ପେଟବ୍ୟଥା ହେଉଥିବାରୁ ସେ ଡାକ୍ତରଙ୍କ ପରାମର୍ଶ ପାଇଁ ଆସିଥିଲେ l ଡାକ୍ତରଖାନା ମେନ୍ ଗେଟ୍ ସାମ୍ନାରେ ଦଲାଲ ଜଣକ ବାପାମାଆଙ୍କୁ ଅଟକାଇ ତୁମ ଝିଅକୁ ସ୍ୱାସ୍ଥ୍ୟବୀମା ବାବଦରେ ୩ ଲକ୍ଷ ମିଳିବ, ତୁମେ ମୋ ସାଙ୍ଗରେ ଆସ, ବ୍ୟାଙ୍କକୁ ଯିବା କହି ଡ଼ାକିନେଇଥିଲା। ସାଇର ବାପାମାଆ ଦଲାଲକୁ ତୁମକୁ ଆମେ ଚିହ୍ନି ପାରୁନୁ ହେଲମେଟ ଓ ମାସ୍କ ଖୋଲ ବୋଲି କହିବାରୁ ,ଦଲାଲ ଏପରି କଲେ ଜୋରିମାନା ଦେବାକୁ ପଡିବ କହି ଏଡ଼ାଇ ଯାଇଥିଲା। ଏହା ପରେ ବାପାମାଆଙ୍କୁ ବାଇକ୍‌ରେ ବସାଇ ବାହାର ଆଡ଼କୁ ନେଇଯାଇଥିଲେ l ଗୋଟିଏ ଜାଗାରେ ଗାଡି ଅଟକାଇ ୧୫୦୦ ଟଙ୍କା ମାରିଥିଲା l ତେବେ କ୍ଷୀରୋଦ ତାଙ୍କ ପାଖରେ ଥିବା ସମସ୍ତ ୬୫୦ ଟଙ୍କା ଦେଇଥିଲେ l ଦଲାଲ ଏଥିସହ ବିଶ୍ବାସ ବଢାଇବା ପାଇଁ ଆଧାର କାର୍ଡ ଓ ବ୍ୟାଙ୍କ୍ ପାସ୍ ବୁକ୍ ନେଇ ତାଙ୍କୁ ଏଠାରେ ବସ ମୁଁ ୧୦ ମିନିଟରେ ଆସୁଛି କହି ଫେରାର ହୋଇଯାଇଥିଲା l ଅନେକ ସମୟ ଧରି ଦଲାଲ ନଆସିବାରୁ ଠକାମିରେ ପଡ଼ିଛନ୍ତି ଜାଣି କନ୍ଦାକଟା କରି ମେଡିକାଲ ଫେରିଥିଲେ ଦମ୍ପତି।

Leave A Reply

Your email address will not be published.

error: Content is protected !!