ଆସନ୍ତା ଶିକ୍ଷା ବର୍ଷରୁ କାର୍ଯକ୍ଷମ ହେବ ‘ମିମସାର୍’

0

ତାଳଚେର: ତାଳଚେର ମେଡିକାଲ କଲେଜ (ମିମସାର୍)ଖୋଲିବା ଆଶା ଉଜ୍ବଳ ହୋଇଛି l ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦୁଇ ଦିନ ତଳେ ଅନୁଷ୍ଠିତ ସମୀକ୍ଷା ବୈଠକରେ ତାଳଚେର ସମେତ ରାଜ୍ୟରେ ତିନିଟି ମେଡିକାଲ କଲେଜ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବା ନେଇ ନିଷ୍ପତ୍ତି ହେବା ପରେ ସ କେବଳ ତାଳଚେର କାହିଁକି, ସମଗ୍ର ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି l
କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ ତାଳଚେରଠାରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର) ଖୋଲିବାକୁ ନିଷ୍ପତ୍ତି ହୋଇଥିଲା l ରାଜ୍ୟ ସରକାରଙ୍କ ସହିତ ଏମସିଏଲର ଚୁକ୍ତିନାମା ହୋଇଥିଲା। ସରକାରଙ୍କ ପକ୍ଷରୁ ନେହେରୁ ଶତବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ ସାମନା ତଥା ଘଣ୍ଟପଡ଼ାର ବୈଷ୍ଣବ ରଗୁଡ଼ିଠାରେ ୨୦ ଏକର ଜମି ଯୋଗାଇ ଦିଆଯାଇଥିଲା l ଏମସିଏଲ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ମେଡ଼ିକାଲ କଲେଜ ନିର୍ମାଣ କରିଥିଲା l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୀୟୂଷ ଗୋଏଲ୍ ଦ୍ୱାରା ଏହାର ଶିଳାନ୍ୟାସ ହୋଇଥିଲା l ଏନବିସିସିକୁ ଏହାର ନିର୍ମାଣ ଦାୟିତ୍ଵ ଦିଆଯାଇଥିଲା l
‘ ମିମସାର୍ ‘ ରେ ୧୦୦ ସିଟ ସାଙ୍ଗକୁ ୫୦୦ ଶଯ୍ୟାର ହସ୍ପିଟାଲ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି l ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ମେଡିକାଲ କଲେଜ ପରିଚାଳନା ନେଇ ତୁ ତୁ ମେ ମେ… ପରିସ୍ଥିତି ସୃଷ୍ଟି ହୋଇ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇ ଯାଇଥିଲା ‘ମିମସାର୍’ l ତେବେ ଆସନ୍ତା ଶିକ୍ଷାବର୍ଷଠାରୁ ଏଠାରେ ୧୦୦ ସିଟ୍ ମେଡିକାଲ୍ କଲେଜ ଆରମ୍ଭ କରାଯିବ ବୋଲି ମୁଖ୍ଯ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଘୋଷଣା ପରେ ଅନିଶ୍ଚିତତା ଦୂର ହୋଇଛି l

Leave A Reply

Your email address will not be published.

error: Content is protected !!