ଗଡ଼ିଲା ମଧୁମେହ ସଚେତନତା ରଥ

You are currently viewing ଗଡ଼ିଲା ମଧୁମେହ ସଚେତନତା ରଥ

ଅନୁଗୁଳ: ଶନିବାର ତଥା ବିଶ୍ବ ମଧୁମେହ ଦିବସ ଅବସରରେ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ଅନୁଗୁଳର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ। ଖାଦ୍ୟପେୟରେ ନିୟନ୍ତ୍ରଣ, ବ୍ୟାୟାମ ଏବ˚ ନିୟମିତ ଔଷଧ ସେବନ ଦ୍ବାରା ମଧୁମେହ ରୋଗକୁ କିଭଳି ନିୟନ୍ତ୍ରଣ କରିହେବ ସେଥିନେଇ ରଥ ଜିଲ୍ଲାବାସୀଙ୍କୁ ସଚେତନ କରିବ। ସୂଚନାଯୋଗ୍ୟ, ରାଜ୍ୟରେ ଡାଏବେଟିସ୍‌ ବିଶେଷଜ୍ଞ ସ˚ଖ୍ୟା ଯେଭଳି କମ୍‌ ରୋଗୀ କିନ୍ତୁ ସେ ତୁଳନାରେ ବଢ଼ି ବଢ଼ି ଚାଲିଛନ୍ତି। ଅନୁଗୁଳ ଜିଲ୍ଲାରେ ୧ ଲକ୍ଷରୁ ଅଧିକ ଡାଏବେଟିସ୍‌ ରୋଗୀ ରହିଛନ୍ତି। ଏମାନଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନିଃଶୁଳ୍କ ଔଷଧ, ଜନଔଷଧୀ ଷ୍ଟୋରରେ କମ୍‌ ମୂଲ୍ୟରେ ଔଷଧ ଏବ˚ ଇନ୍‌ସୁଲିନ୍‌ ଏବ˚ ଏନ୍‌ସିଡି ବିଭାଗ ପକ୍ଷରୁ ନିଃଶୁଳ୍କ ପରାମର୍ଶ ଦିଆଯାଉଛି।

Share

Leave a Reply