ଅନୁଗୁଳ: ଅନୁଗୁଳ ସହରରେ ଯେଉଁଆଡେ଼ ଦେଖିବ, ସେଠି ଘରୋଇ କ୍ଲିନିକ୍ଟିଏ ନିହାତି ଥିବ। କ୍ଲିନିକାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ ଉଲ୍ଲ˚ଘନ କରି ଯେଉଁଠି ନାହିଁ ସେଇଠି କ୍ଲିନିକ୍ ଖୋଲାଯାଉଛି। କେତେବେଳେ ଡାକ୍ତରଙ୍କ ଘର ଆଗରେ ତ କେତେବେଳେ ଘର ପଛରେ କ୍ଲିନିକ୍। ପୌରପାଳିକା ବଜାରଠାରୁ ଘରୋଇ ମାର୍କେଟ୍ କମ୍ପ୍ଲେକ୍ସ ସବୁଠି କ୍ଲିନିକ୍। ସରକାରଙ୍କ ଅନୁମତି ନଥାଇ ମନଇଚ୍ଛା କ୍ଲିନିକ୍ ଖୋଲି ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହେଉଛି। ତାଲିମ୍ପ୍ରାପ୍ତ ଟେକ୍ନିସିଆନ୍ ନାହାନ୍ତି, ନା ଅଛି ଉନ୍ନତ ଉପକରଣ। କେବଳ ବେପାର ପାଇଁ ସବୁ ଖୋଲା ମେଲାରେ ଚାଲିଛି ସ୍ବାସ୍ଥ୍ୟସେବା। ଜିଲ୍ଲାପାଳ ଏଭଳି ପାଥୋଲ୍ୟାବ୍ ଉପରେ ନଜର ପକାଇବାକୁ ଦାବି ହେଉଛି।
ଛତୁ ଫୁଟିଲା ଭଳି ଖୋଲୁଛି କ୍ଲିନିକ୍
- Post published:November 10, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
