ଟ୍ରକ – ବୁଲେଟ ଧକ୍କା, ଯୁବକ ମୃତ

You are currently viewing ଟ୍ରକ – ବୁଲେଟ ଧକ୍କା, ଯୁବକ ମୃତ

ଅନୁଗୁଳ: ରବିବାର ଅପରାହ୍ନରେ ଅନୁଗୁଳ ବ୍ଲକ ତଥା ପୁରୁଣାକୋଟ ଥାନା ଅନ୍ତୁଳିଆ ନିକଟରେ ଏକ ସଡକ ଦୁର୍ଘଟଣାରେ ଜଣେ ଯୁବକର ମୃତ୍ୟୁ ଘଟିଛି। ଠାକୁରଗଡ଼ ଥାନା ତାଳମଳିହା ଗ୍ରାମର ଲିଙ୍ଗରାଜ ମାଝୀ (୩୫) ବୁଲେଟରେ ଅନୁଗୁଳ ଆଡକୁ ଆସିଥିବା ବେଳେ ସାମ୍ନା ପଟୁ ଯାଉଥିବା ଏକ ଟ୍ରକ ସହ ପିଟି ହେଇଥିଲେ। ଗୁରୁତର ଅବସ୍ଥାରେ ଲିଙ୍ଗରାଜଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଥିଲେ ହେଁ ଏଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ।

Share

Leave a Reply