ଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

You are currently viewing ଫଟୋ ଉଠାଇବାକୁ କେନ୍ଦ୍ରକରି ଗଣ୍ତଗୋଳ

ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା କୃତ୍ତିବାସପୁର ଗ୍ରାମରେ ଫଟୋ ଉଠାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ଯରେ ସୋମବାର ଗଣ୍ତଗୋଳ ହୋଉଛି। ପରଦିନ ଘଟଣା ନେଇ ଥାନାରେ ଅଭିଯୋଗ ହୋଇଛି। କିଶୋର ଚନ୍ଦ୍ର ବେହେରାଙ୍କୁ ସେହି ଗ୍ରାମର ଦ୍ବାରୀ ବେହେରା, ବାସୁଦେବ ବେହେରା, ଯାୟତ୍ରୀ ବେହେରା ବିନା କାରଣରେ ମାଡ଼ ମାରିଥିବା ଅଭିଯୋଗ କରାଯାଇଛି। ସେହିପରି ଯାୟତ୍ରୀଙ୍କ ପକ୍ଷରୁ ପାଲଟା ଅଭିଯୋଗରେ କିଶୋରଚନ୍ଦ୍ର ଓ ତାଙ୍କ ସ୍ତ୍ରୀ କୁନି ବେହେରା, ଝିଅ ସମୀନ ବେହେରା ମାଡ଼ ମାରିଥିବା ଦର୍ଶାଇଛନ୍ତି। ଦୁଇ ପରସ୍ପର ବିରୋଧୀ ମାମଲା ରୁଜ୍ଜୁ କରି ପୁଲିସ୍ ତଦନ୍ତ ଚଳାଇଛି।

Share

Leave a Reply