ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଔଷଧ ଦୋକାନ ଏବ˚ ଭେରାଇଟି ଷ୍ଟୋର ଗୁଡ଼ିକରେ ବହୁଳ ଭାବରେ ବିକ୍ରି ହେଉଛି ଜାପାନ ତିଆରି କରୋନା ଲକେଟ। ଏହାକୁ ବେକରେ ଧାରଣ କଲେ କୁଆଡେ କରୋନା ହେବ ନାହିଁ ବୋଲି ଦାବି କରାଯାଉଛି। ଏହି ଲକେଟରେ ଥିବା କ୍ଲୋରିନ୍ ଡାଇଅକ୍ସାଇଡ୍ ଆଣ୍ଟିଭାଇରାଲ୍ ବୋଲି ଦୋକାନୀ ଦାବି କରୁଛନ୍ତି। କିନ୍ତୁ ବିଦେଶରେ ବିଶେଷଜ୍ଞମାନେ ଏହାକୁ ନିଷିଦ୍ଧ କରିବା ସହ ଏହା କରୋନାକୁ ଆଦୌ ରୋକିପାରିବ ନାହିଁ ବୋଲି କହୁଛନ୍ତି। ରୋଗୀ ଏଗୁଡ଼ିକୁ କିଣି ଶୋଷଣର ଶିକାର ହେଉଛନ୍ତି। ଏହାଦ୍ବାରା ଅନ୍ୟାନ୍ୟ ଶାରୀରିକ କ୍ଷତି ଯେ ନହେବ କହି ହେବନି। ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ଏଗୁଡ଼ିକୁ ଜବତ କରିବାକୁ ଦାବି ହେଉଛି।
ବଜାରରେ ହାଉଯାଉ ନିଷିଦ୍ଧ କରୋନା ଲକେଟ
- Post published:November 11, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
