ଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

You are currently viewing ଯାଯାବର ଶିଶୁଙ୍କ କଲ୍ୟାଣ ପାଇଁ ଯୋଜନା ହେଉ

ଅନୁଗୁଳ: ଅନୁଗୁଳ ସହରାଞ୍ଚଳରେ ଦିନକୁ ଦିନ ଯାଯାବରଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଯାଯାବର ପରିବାର ଅନୁଗୁଳ ଷ୍ଟାଡିୟମ୍‌, ଅମଲାପଡ଼ା, ହୁଲୁରିସିଂହାର ବିଭିନ୍ନ ଖୋଲା ଜାଗାରେ ରାତ୍ରି ଯାପନ କରୁଛନ୍ତି। ୬ରୁ ୧୪ ବର୍ଷ ମଧ୍ୟରେ ପ୍ରାୟ ଦେଢ଼ଶହ ନାବାଳକ ରାତି ପାହିଲେ ଭିକ୍ଷାବୃତ୍ତି କରିବା ସହ ‌ଏଣେତେଣେ ଘୂରି ବୁଲି ବିଭିନ୍ନ ନିଶାଦ୍ରବ୍ୟ ସେବନ କରୁଛନ୍ତି। ରାତିରେ ସମୟ ଉଣ୍ଡି ଛୋଟବଡ଼ ଚୋରି ଓ ମୋବାଇଲ୍‌ ଲୁଟ୍‌ ମଧ୍ୟ କରୁଛନ୍ତି। ଏହି ଯାଯାବର ଶିଶୁ ଏବେ ଅନୁଗୁଳ ସହରବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି। ଏଣୁ ଜିଲ୍ଲା ପ୍ରଶାସନ ଏହି ନାବାଳକମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ସାମୟିକ ପାଠପଢ଼ା ତଥା ଉପଯୁକ୍ତ ଥଇଥାନ ନିମେନ୍ତ ବ୍ୟବସ୍ଥା କରନ୍ତା, ତେବେ ସେମାନଙ୍କର ଅଶେଷ କଲ୍ୟାଣ ସାଧନ ହୁଅନ୍ତା।

Share

Leave a Reply