ଅନୁଗୁଳ: ବୁଲା ଗୋରୁଗାଈଙ୍କ ପାଇଁ କାଞ୍ଜିଆହୁଦା ନାହିଁ। କି ସହର କି ବଜାର, ଗଳିକନ୍ଦି ସବୁଠି ବୁଲୁଛନ୍ତି ଗାଈଗୋରୁ। ଅନୁଗୁଳର ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା ସହ ଗୋବର ଏଣେତେଣେ ପଡୁଛି। ବସ୍, ଟ୍ରକ୍ ଧକ୍କାରେ ଗତ ୩ ମାସ ମଧ୍ୟରେ ପ୍ରାୟ ୭୦ ବୁଲା ଗାଈଗୋରୁ ମୃତାହତ ହୋଇଛନ୍ତି। ଏହି ଆହତ ଗୋରୁଙ୍କ ଚିକିତ୍ସା କରୁଥିବା ସ୍ଵେଚ୍ଛାସେବୀ ରୁକେଶ ରୋଶନ ଦାସ କହନ୍ତି ଆହତ ଗୋରୁଙ୍କ ପାଇଁ କାହାରି ଚିନ୍ତା ନାହିଁ। ଗୋମାତା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସ˚ଗଠନ ବି ଚୁପ୍। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିନେଇ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି।
୩ ମାସରେ ୭୦ ବୁଲା ଗୋରୁ ମୃତାହତ
- Post published:November 11, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
