ତାଳଚେର ଜେଲରୁ ମୁକୁଳିଲେ ୧୦୨ ଜଣ ଆନ୍ଦୋଳନକାରୀ, ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

You are currently viewing ତାଳଚେର ଜେଲରୁ ମୁକୁଳିଲେ ୧୦୨ ଜଣ ଆନ୍ଦୋଳନକାରୀ, ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଅଶାନ୍ତିର ବାତାବରଣ। ଗତ କିଛିଦିନ ତଳେ ହେଁସୁମୂଳ ଗ୍ରାମର ଶତାଧିକ ଲୋକ ସାଇଲ ନିଯୁକ୍ତିକୁ ନେଇ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଜେଲ ହାଜତକୁ ପଠାଇ ଦିଆଯାଇଥିଲା।

ଦୀର୍ଘ ୭ ଦିନ ଜେଲ ରହଣି ପରେ ଆଜି ସେମାନେ ଜେଲରୁ ମୁକୁଳିଛନ୍ତି। ଆଜି ଜେଲରୁ ମୁକୁଳିଥିବା ଆନ୍ଦୋଳନକାରୀଙ୍କୁ ଗ୍ରାମବାସୀ ନିର୍ବାଚିତ ପ୍ରତିନିଧିମାନେ ଜେଲ ପରିସରରେ ସ୍ୱାଗତ କରି ଏକ ବିରାଟ ପଟୁଆରରେ ହେଁସୁମୂଳ ଗ୍ରାମ ଅଭିମୁଖେ ଯାଇ ମାଆ ହିଙ୍ଗୁଳାଙ୍କ ଦର୍ଶନ କରିବା ସହିତ ଯେ ପର୍ଯ୍ୟନ୍ତ ନିଯୁକ୍ତି ମିଳିନାହିଁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରହିବ ବୋଲି ଶପଥ ନେଇଥିବା ଜଣାଯାଇଛି।

ତେବେ ଜେଲରୁ ବାହାରିବା ପରେ ଆନ୍ଦୋଳନକାରୀ କହିଛନ୍ତି, ତାଳଚେର ଶିଳ୍ପାଞ୍ଚଳରେ ଭିଟା ମାଟି ହରାଇ ସର୍ବସ୍ୱାନ୍ତ ହେବା ସହ ସାମାନ୍ୟ ନିଯୁକ୍ତି ଦେବାରେ କମ୍ପାନୀ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଆଉ ହକ୍ ମାଗି ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ କଲେ ନିଯୁକ୍ତି ବଦଳରେ ମିଳୁଛି ଜେଲ। ଏହା ନିନ୍ଦନୀୟ ଘଟଣା ବୋଲି ଜେଲରୁ ମୁକୁଳିଥିବା ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି।

Share

Leave a Reply