ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ଜମି ଦାନ କରିଥିବା ବ୍ୟକ୍ତିତ୍ୱଙ୍କୁ କରାଗଲା ସମ୍ମାନିତ

0

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଅଏଡ଼ା ପଞ୍ଚାୟତ ବିନିକେୟୀ ବିହାର ସ୍ଥିତ ପଇଁଚକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୫ ତମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି।

ପରିଚାଳନା କମିଟି ସଭାପତି ଚିତ୍ତରଞ୍ଜନ କର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ବିଭୁତି ଭୂଷଣ ଦାଶ ଯୋଗ ଦେଇ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ l ମୁଖ୍ୟବକ୍ତା ଭାବରେ ପୂର୍ବତନ କଲେଜ ଅଧ୍ୟକ୍ଷ ତଥା ଶିକ୍ଷାବିତ ଜୀବର୍ଦ୍ଧନ ବାରିକ ଯୋଗଦେଇ ଥିଲେ।

ଏହି ଅବସରରେ  ପ୍ରତିଷ୍ଠା ସମୟରେ ଭୂମିଦାନ ଦେଇଥିବା ହରମୋହନ ବାରିକ, ନବୀନ ଦେହୁରୀ, ବେଲାରସେନ ଦେହୁରୀ ସର୍ବେଶ୍ୱର କର୍ମୀଙ୍କୁ ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟା ବବିତା କର୍ଣ୍ଣ, ସମିତିସଭ୍ୟ ଅଖିଳ ପ୍ରଧାନ, କଲେଜ ଅଧ୍ୟକ୍ଷା କଳ୍ପନା ମହାନ୍ତି, କଲେଜ ପରିଚାଳନା କମିଟି ସମ୍ପାଦକ ମାଧବ ଚନ୍ଦ୍ର ସାହୁ, ଅଧ୍ୟାପକ ବିଶ୍ୱରଂଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!