ଅନୁଗୁଳ: ଅନୁଗୁଳ ସହରର ହେମୁସୁରପଡ଼ା ଦୁର୍ଗାମଣ୍ଡପ ନିକଟରେ ରହୁଥିବା ଯାଯାବର ବସ୍ତିରୁ ୨ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି। ସୂଚନା ଯେ, ବୁଧବାର ରାତିରେ ୪/୫ ଜଣ ଯୁବକ ଯାଯାବର ବସ୍ତିରେ ପଶି ବାକ୍ସ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ। ଏ ନେଇ ବସ୍ତିର ଲୋକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରିଥିଲା। ଏଥିରେ ସମ୍ପୃକ୍ତ ଥିବା ହେମୁସୁରପଡ଼ାର ବାସୁ ଓରଫ ବସନ୍ତ ଜେନା, ଛୋଟୁ ଓରଫ ଭରତ ଚୌହ୍ବାନ, ଯୋଗେନ୍ଦ୍ର ନାଏକ ଓ ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆର ସରୋଜ ପ୍ରଧାନଙ୍କୁ ପୁଲିସ ଗିରଫକରି ସେମାନଙ୍କଠାରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଓ ବାକ୍ସ ଜବତ କରିଛି।
ଯାଯାବର ବସ୍ତିରୁ ୨ ଲକ୍ଷ ଟଙ୍କା ଚୋରିକରି ୪ ଗିରଫ
- Post published:April 28, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Swagatika Samantray

Tags: Angul