୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

You are currently viewing ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

ଅନୁଗୁଳ: ସ୍ଥାନୀୟ ସଦର ଥାନା ପୋଲିସ ୧୮.୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି।

ସୂଚନା ମୁତାବକ, ଅନୁଗୁଳ ସଦର ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏକ ସ୍କୁଟର୍(OD 19 U 5176)ରୁ ବ୍ରାଉନସୁଗାର ଜବତ କରିବା ସହ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ୧୮.୫ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୨ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗିରଫ ମାନେ ହେଲେ ମନୋଜ ଜେନା (୩୨), ଜଗନ୍ନାଥ ସାହୁ (୩୬), ରାଜା ବେହେରା (୨୪)। ସମସ୍ତ ଅଭିଯୁକ୍ତ ହେମସୁରପଡାର। ୩ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

Share

Leave a Reply