ଚତୁର୍ଭୁଜ ନନ୍ଦ ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ, ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବି

You are currently viewing ଚତୁର୍ଭୁଜ ନନ୍ଦ ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ, ଚାକିରି କ୍ଷେତ୍ରରେ ସଂରକ୍ଷଣ ଦାବି

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ ନଗିରା ହାଟ ପଡିଆ ଠାରେ ରବିବାର ଚତୁର୍ଭୁଜ ନନ୍ଦ ଗୋପାଳ ସମାଜର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ବୈଠକରେ ଦେବଗଡ଼, ସୁନ୍ଦରଗଡ଼, ଅନୁଗୁଳ ଏବଂ କେନ୍ଦୁଝର ଜିଲ୍ଲାର ଗୋପାଳ ସମାଜ ସଭାପତି ମିତ୍ରଭାନୁ ମହାକୁଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ପ୍ରଧାନ, ସଂପାଦକ ଚିତ୍ତରଞ୍ଜନ ଖିଲାର, ଉପ ସଭାପତି ବ୍ରହ୍ମାନନ୍ଦ ବେହେରା, ସଙ୍ଗଠନ ସଂପାଦକ ବିନୋଦ ପରିଡ଼ା ପ୍ରମୁଖ ମଞ୍ଚାସୀନ ଥିଲେ।

ପ୍ରଥମେ ଗୋପାଳମାନଙ୍କ ଇଷ୍ଟଦେବ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରି ବୈଠକ ଆରମ୍ଭ ହୋଇଥିଲା। ବୈଠକରେ ଗୋପାଳ ସମାଜ ପକ୍ଷରୁ ଆଗାମୀ ଦିନରେ ସଂପୂର୍ଣ୍ଣ ମଦ ବନ୍ଦ କରିବା ପାଇଁ ନିଷ୍ପତ୍ତି, ଯୌତୁକ ପ୍ରଥା ଉଚ୍ଛେଦ, ଗୋ ମାତାଙ୍କ ସୁରକ୍ଷା ପ୍ରତି ଧ୍ୟାନ ଓ ସରକାର ଗୋପାଳ ସମାଜ ନିମନ୍ତେ ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରାଯାଇଛି ଥିଲେ। ୬୦୦ରୁ ଅଧିକ କର୍ମକର୍ତ୍ତା ଏହି ବୈଠକରେ ଯୋଗ ଦେଇଥିଲେ।

Share

Leave a Reply