ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

You are currently viewing ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମିଳିବ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ, ପାଠଶାଳାର ନିଷ୍ପତ୍ତି

ଅନୁଗୁଳ : ପାଠଶାଳା ଅନୁଷ୍ଠାନ ପକ୍ଷରୁ ରାଧା ମୋହନ ଗଡ଼ନାୟକଙ୍କ ନାମରେ ଏକ ମୁକ୍ତ ପାଠାଗାର ଖୋଲାଯାଇଛି। ଏହି ପାଠାଗାର ପକ୍ଷରୁ କିଛି ନୂଆ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ବୋଲି ଅନୁଷ୍ଠାନର ସଭାପତି ନିରୋଦ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହି କାର୍ଯ୍ୟକ୍ରମ ମଧ୍ୟରେ ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ଶ୍ରେଣୀ(ଉଭୟ ଓଡ଼ିଆ ଏବଂ ଇଂରାଜୀ ମାଧ୍ୟମ )ପରୀକ୍ଷାରେ ଶ୍ରେଷ୍ଠ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ନବମାଳତୀ ମେଧା ସମ୍ମାନ ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିସହ ଓଡ଼ିଆ ଭାଷାରେ ଶ୍ରେଷ୍ଠତ୍ୱ ପାଇଥିବା ଛାତ୍ରଛାତ୍ରୀଙ୍କୁ ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ ଭାଷା ସମ୍ମାନ ପ୍ରଦାନ କରାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଦ୍ୟାଳୟ ଗୁଡିକୁ ମଧ୍ୟ ଶ୍ରେଷ୍ଠ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯିବ। ଏଥିସହ ଶିକ୍ଷା ଅନଗ୍ରସର ଅଞ୍ଚଳରେ ମାଗଣା ଶିକ୍ଷାଦାନର ବ୍ୟବସ୍ଥା। ଆର୍ଥିକ ସ୍ତରରେ ଦୁର୍ବଳ ଛାତ୍ରଛାତ୍ରୀଙ୍କୁ ଉଚ୍ଚତର ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ ଯେ, ୨୦୨୧ ମସିହାରେ ପ୍ରତିଷ୍ଠିତ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ। ଏଠାରେ ବିଭିନ୍ନ ପୁସ୍ତକ ପାଠକମାନଙ୍କୁ ମାଗଣାରେ ପଢିବାକୁ ଯୋଗାଇ ଆସିଛି। ଇତି ମଧ୍ୟରେ ପ୍ରାୟ ଶହେ ଜଣ ପାଠକ ପାଠାଗାରରୁ ବହିନେଇ ପଢି ଉପକୃତ ହୋଇଛନ୍ତି। କୋଭିଡ ମହାମାରୀ ସମୟରେ ଘରେ ରହୁଥିବା ଜନସାଧାରଣଙ୍କୁ ମାଗଣାରେ ପଢିବାକୁ ବିଭିନ୍ନ ପୁସ୍ତକ ମଧ୍ୟ ପ୍ରଦାନ କରିଥିଲା।

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭବାନୀ ଶଙ୍କର ସାହୁ, ନୀତିଶ ବେହେରା, ଦିବ୍ୟଜ୍ୟୋତି ନାୟକ, ଶୁଭଙ୍କର ସାହୁ, ଲିଙ୍ଗରାଜ ମୁଦୁଲି ଉପସ୍ଥିତ ଥିଲେ।

Share

Leave a Reply