ଛାତ୍ରାବାସରୁ ଚୋରିକରି ୪ ଗିରଫ

You are currently viewing ଛାତ୍ରାବାସରୁ ଚୋରିକରି ୪ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସ ଶୁକ୍ରବାର ଚୋରି ଅଭିଯୋଗରେ ୪ ଜଣ ଚୋରଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ବଅଁପାଳ ଥାନା ଅନ୍ତର୍ଗତ ସନ୍ତ୍ରୀ ଗାଁ ନରେନ୍ଦ୍ରପୁରଠାରେ ସରକାରଙ୍କ ଦ୍ବାରା ନିର୍ମାଣ ହେଉଥିବା ଅନୁସୁଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀଙ୍କ ହଷ୍ଟେଲ କୋଠାରୁ ୧୨ ତାରିଖ ରାତିରେ କବାଟ, ଝରକା, ପ୍ୟାନେଲ ବୋର୍ଡ, ପଙ୍ଖା ଚୋରି ହୋଇଥିଲା। ଏ ନେଇ ଠିକାସଂସ୍ଥାର ଅଧିକାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲ ରୁଜୁକରି ଘଟଣାର ତଦନ୍ତକରି ଶୁକ୍ରବାର ପାଟଣା ନୂଆହତାର ସମୀର ଭୁତିଆ, ଚିଙ୍କୁ ସାହୁ, ମୁକେଶ ରାଉତ ଓ ବିରବାହାନପୁର ଗାଁର ଧନଞ୍ଜୟ ନାଏକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ୮ଟି କବାଟ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Share

Leave a Reply