ମୋବାଇଲ ଫୋନ୍ ଚୋରି ଅଭିଯୋଗରେ ଜଣେ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ରାମଚଣ୍ଡି ମନ୍ଦିର ନିକଟରେ ୨ ଜଣ ଦୋକାନୀଙ୍କ ମୋବାଇ ଫୋନ୍ ଶନିବାର ବିଳମ୍ବିତ ରାତିରେ ଚୋରି ହୋଇଛି।

ସୂଚନା ଯେ, ଅନୁଗୁଳ ସହର ହେମୁସୁରପଡ଼ାର ବାପୁନ୍ ବାରିକ ଓ ଧଞ୍ଜୟ ଚୌହ୍ବାନ ରାମଚଣ୍ଡି ମନ୍ଦିରର ବାର୍ଷିକ ପୂଜା ଉତ୍ସବରେ ୨ ଅସ୍ଥାୟୀ ଦୋକାନ କରିଥିଲେ। ଶନିବାର ବିଳମ୍ବିତ ରାତିରେ ସେମାନେ ଶୋଇଥିବା ବେଳେ ସେମାନଙ୍କର ୨ଟି ମୋବାଇଲ ଫୋନ୍ ଚୋରି ହୋଇଥିଲା। ଏ ନେଇ ଉଭୟେ ରବିବାର ସକାଳେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି କୋଶଳା ଗାଁ ଶିମିଳିସାହିର ପୁରୁଷୋତ୍ତମ ବେହେରା(୨୧)ଙ୍କୁ ଗିରଫ କରି ତାଙ୍କଠାରୁ ମୋବାଇଲ ଫୋନ୍ ଉଦ୍ଧାରକରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!