ରାଷ୍ଟ୍ରୀୟ ଲୋକ ଅଦାଲତ, ମୋଟର ଦୁର୍ଘଟଣାର ଶୁଣାଣି କରାଯାଇ ୪୨ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ

You are currently viewing ରାଷ୍ଟ୍ରୀୟ ଲୋକ ଅଦାଲତ, ମୋଟର ଦୁର୍ଘଟଣାର ଶୁଣାଣି କରାଯାଇ ୪୨ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ

ଆଠମଲ୍ଲିକ: ଆଠମଲ୍ଲିକ ସିଭିଲକୋର୍ଟ ପରିସରରେ ଶନିବାର ଦିନ ୪ର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ତାଲୁକ ଆଇନସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀନାରାୟଣ ରାୟଚୌଧୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ୭ଟି ମୋଟର ଦୁର୍ଘଟଣାର ଶୁଣାଣି କରାଯାଇ ମୋଟ୍ ୪୨ ଲକ୍ଷ ୫୯ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ବରିଷ୍ଠ ସିଭିଲ ଜଜ୍ ବିନୋଦ କୁମାର ସାହୁଙ୍କ ଅଦାଲତରେ ବିବାହ ବିଚ୍ଛେଦର ପୁନଃ ଥଇଥାନ ୨ଟି ମାମଲା ମଧ୍ୟରୁ ଗୋଟିଏର ଫଇସଲା ହେବାସହ ଅନ୍ୟ ୭ଟି ସିଭିଲ ମାମଲାରୁ ୨ଟି ର ଫଇସଲା କରାଯାଇଥିଲା। ତେବେ ୬ଟି ଟଙ୍କା ମାମଲାର କୌଣସି ଫଇସଲା ହୋଇପାରି ନଥିଲା।

ଏସଡିଜେଏମଙ୍କ ଅଦାଲତର ଅନ୍ୟ ୫ଟି ସିଭିଲ ମାମଲାରୁ ୧ ଟି ଓ ଅନ୍ୟ ୫୦ଟି ଫୌଜଦାରୀ ମାମଲାରୁ ୨୨ ଟି ମାମଲା ଫଇସଲା ହୋଇଥିବା ଜଣାଯାଇଛି। ତହସିଲ କାର୍ଯ୍ୟାଳୟର ୩୨୭ ମାମଲା ମଧ୍ୟରୁ ୨୪୮ ମାମଲାର ଶୁଣାଣି କରାଯାଇ ସମୁଦାୟ ୯୯ ହଜାର ୩ ଶହ ଟଙ୍କା ଆଦାୟ କରାଯାଅଛି।

Share

Leave a Reply