ଛେଣ୍ଡିପଦା: ସ୍ଥାନୀୟ ଛେଣ୍ଡିପଦା ସଦର ମହକୁମାରେ ଥିବା କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ୫ମ ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଓକିଲ ସଂଘର ସଭାଗୃହରେ ପାଳିତ ହୋଇଛି।
ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ନଗେନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଛେଣ୍ଡିପଦା ଜେଏମଏଫସି ଅଦାଲତର ବିଚାରପତି ଶୁଭଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେ କହିଥିଲେ, ଅଦାଲତର କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ରହିଛି। ଛେଣ୍ଡିପଦା ଅଦାଲତର ରିପୁଟେସନ ଆଗକୁ ବଢ଼ାଇବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାପାଇଁ ସେ ପରାମର୍ଶ ଦେଇଥିଲେ।
କାର୍ଯ୍ୟକ୍ରମରେ ଛେଣ୍ଡିପଦା ଆଇନଜୀବୀ ସଂଘର ଉପସଭାପତି ନକୁଳ ମାଝୀ, ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ନିକୁଞ୍ଜ କିଶୋର ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ କୁମାର ଦ୍ଵିବେଦୀ, ଆଇନଜୀବୀ ଚିତ୍ତରଞ୍ଜନ ସାହୁ, ଯତିନ୍ଦ୍ର କୁମାର କର, ବସନ୍ତ କୁମାର ପ୍ରଧାନ, ରାଜକିଶୋର ବେହେରା, ଭଜମନ ଗଡ଼ନାୟକ, ଲକ୍ଷ୍ମୀଧର ପ୍ରଧାନ, ଉତ୍କଳ ପ୍ରଧାନ, ବୁଦ୍ଧଦେବ ବେହେରା, ଶିଶିର କୁମାର ବେହେରା, ପୂର୍ବତନ ସମ୍ପାଦକ ଗୋପବନ୍ଧୁ ସାହୁ, ଅଜୟ କୁମାର ବେହେରା, ଭୀମାକାନ୍ତ ଗଡ଼ନାୟକ, ବିଜୟ କୁମାର ବେହେରା, ପଦ୍ମଚରଣ ମାଝୀ, ଶିଶିର ବେହେରା, ସଂଜୟ ବେହେରାଙ୍କ ସମେତ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।