୬୭ ହଜାର ଲୁଟି ନେଲେ ସାଇବର ଲୁଟେରା

You are currently viewing ୬୭ ହଜାର ଲୁଟି ନେଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଡ଼ୁମଡ଼ୁମା ଗାଁର ଜଣେ ବ୍ୟକ୍ତିଙ୍କଠାରୁ ସାଇବର ଲୁଟେରା ୬୭ ହଜାର ଟଙ୍କା ଲୁଟି ନେଇଛନ୍ତି।

ସୂଚନା ଯେ, ୨୯ ତାରିଖରେ ଡ଼ୁମଡ଼ୁମା ଗାଁର ପ୍ରତାପ ରୁଦ୍ର ପତିଙ୍କ ନିକଟକୁ ଏକ ଫୋନ୍ ଆସିଲା କି’ ସେ କ୍ରେଡିଟ କାର୍ଡ ବିଭାଗରୁ କହୁଛନ୍ତି। ତାଙ୍କ କ୍ରେଡିଟ କାର୍ଡର ଇନ୍ସ୍ୟୁରାନ୍ସ କାଟି ଦିଆଯାଇଛି। ପ୍ରତାପ କହିଥିଲେ ଏ ନେଇ ତାଙ୍କୁ କିଛି ଜଣା ନାହିଁ। ତେବେ ଇନ୍ସ୍ୟୁରାନ୍ସ ନ କଟିବା ପାଇଁ ତାଙ୍କୁ କିଛି କରିବାକୁ ପଡ଼ିବ। ଏହାପରେ ସାଇବର ଲୁଟେରାର ନିର୍ଦ୍ଦେଶରେ ପ୍ରତାପ ଏକ ଆପ୍ ଡାଉନଲୋଡ୍ କରିଥିଲେ। ଏହାପରେ ତାଙ୍କ କ୍ରେଡିଟ କାର୍ଡରୁ ୪୯ ହଜାର ଟଙ୍କା ଓ ଡେବିଟ କାର୍ଡରୁ ୧୮ ହଜାର ୬୩୦ଟଙ୍କା ଲୁଟ ହୋଇଯାଇଥିଲା। ଏ ନେଇ ପ୍ରତାପ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।

Share

Leave a Reply