ଛେଣ୍ଡିପଦା ଜେଏମଏଫସି ଅଦାଲତର ୬ଷ୍ଠ ତମ ପ୍ରତିଷ୍ଠା ଉତ୍ସବ ପାଳିତ, ମହକିଲଙ୍କୁ ସହଜରେ ଆଇନ ସେବା ଯୋଗାଇ ଦେବାକୁ ପରାମର୍ଶ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ସ୍ଥିତ କନିଷ୍ଠ ବିଚାର ବିଭାଗୀୟ ଦେୱାନୀ ଅଦାଲତର (ଜେଏମଏଫସି କୋର୍ଟ) ଷଷ୍ଠ ତମ ପ୍ରତିଷ୍ଠା ଉତ୍ସବ ରବିବାର ପାଳିତ ହୋଇଛି। ଓକିଲ ସଂଘର ସଭାଗୃହରେ ଛେଣ୍ଡିପଦା ଆଇନଜୀବୀ ସଂଘର ସଭାପତି ନଗେନ ନନ୍ଦଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ଛେଣ୍ଡିପଦା ଜେଏମଏଫସି ଅଦାଲତର ବିଚାରପତି ଶୁଭଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ସେ ମହକିଲଙ୍କୁ ଓକିଲ ମାନେ ସହଜରେ ଆଇନ ସେବା ଯୋଗାଇ ଦେବା ସହିତ ଛେଣ୍ଡିପଦା ଅଦାଲତର ପ୍ରତିଷ୍ଠାକୁ ଆଗକୁ ବଢ଼ାଇବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଛେଣ୍ଡିପଦା ଆଇନଜୀବୀ ସଙ୍ଘର ଉପସଭାପତି ପ୍ରଶାନ୍ତ କୁମାର ସାହୁ, ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ, ସହସମ୍ପାଦକ ସଞ୍ଜୟ କୁମାର ବେହେରା, କୋଷାଧ୍ୟକ୍ଷ ବିଦ୍ୟାଧର ବେହେରା, ସରକାରୀ ଓକିଲ ଲଷ୍ମୀଧର ପ୍ରଧାନ, ଉତ୍କଳ ପ୍ରଧାନ, କ୍ୟାଡର ଏପିପି ସର୍ବଜିତ ଶ୍ରୀ ଚନ୍ଦନ, ଆଇନଜୀବୀ ଚିତ୍ତରଞ୍ଜନ ସାହୁ, ଯତିନ୍ଦ୍ର କୁମାର କର, ବସନ୍ତ କୁମାର ପ୍ରଧାନ, ରାଜକିଶୋର ବେହେରା, ମମତା ସାହୁ, ଭଜମନ ଗଡ଼ନାୟକ, ଶିଶିର କୁମାର ବେହେରା, ଗୋବିନ୍ଦ ଚନ୍ଦ୍ର ସାହୁ, ପୂର୍ବତନ ସମ୍ପାଦକ ଗୋପବନ୍ଧୁ ସାହୁ, ଅଜୟ କୁମାର ବେହେରା, ଅକ୍ଷୟପାଦ ବେହେରା, ସୁଶୀଲ କୁମାର ପ୍ରଧାନ, ଭୀମାକାନ୍ତ ଗଡ଼ନାୟକ, ବିଜୟ କୁମାର ବେହେରା, ପଦ୍ମଚରଣ ମାଝୀ, ବୁଦ୍ଧ ଦେବ ବେହେରା, ଅଲେଖ ଦେହୁରୀ, ଅନନ୍ତ କୁମାର ଦେଙ୍କ ସମେତ ସଂଘର ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ।

ଏ ଅବସରରେ ଛେଣ୍ଡିପଦା ଓକିଲ ସଂଘ ପକ୍ଷରୁ ଛେଣ୍ଡିପଦାର ନୂତନ ବିଧାୟକ ଅଗସ୍ତି ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave A Reply

Your email address will not be published.

error: Content is protected !!