ତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

You are currently viewing ତାଳଚେରରୁ ୭ ଲକ୍ଷ ୨୦ ହଜାର ଟଙ୍କାର ୭୨ ଗ୍ରାମ ଧଳାଜହର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାଘୁଆବୋଲ ଗ୍ରାମରେ ଆଜି ଜିଲ୍ଲା ଅବକାରୀ ବିଭାଗ ସ୍ପେଶାଲ ସ୍କ୍ୱାର୍ଡ ଚଢ଼ଉ କରି ୭୨ ଗ୍ରାମ ଧଳାଜହର ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା ହେବ।

ଏହି ମାମଲାରେ ସୁଶାନ୍ତ ନାଏକ (୪୭)ଙ୍କୁ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି ଅବକାରୀ ଇନ୍ସିପେକ୍ଟର ଭକ୍ତବତ୍ସଳ ବର୍ମା କହିଛନ୍ତି।

ତେବେ ତାଳଚେର ଅଞ୍ଚଳରେ ଏତେ ପରିମାଣର ଧଳା ଜହର ମିଳିବା ପ୍ରଥମ ବୋଲି ଜଣାଯାଇଛି। ଚଢ଼ଉରେ ସ୍କ୍ୱାର୍ଡ ଇନ୍ସିପେକ୍ଟର ଶ୍ରୀ ବର୍ମାଙ୍କ ସହ ଆଉ ୭ ଜଣ ସାମିଲ ଥିଲେ।

Share

Leave a Reply