ଅନୁଗୁଳ: ଆଜି ଅପରାହ୍ନରେ କଦମ ପଡିଆରେ ନବମ ମର୍ଣିଂ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇ ଯାଇଛି। ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କ୍ଳବର ପତାକା ଉତ୍ତୋଳନ କରି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା କ୍ରିକେଟର ଉନ୍ନତି ପାଇଁ ସବୁମନ୍ତେ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ସମାରୋହରେ ସମ୍ମାନିତ ଅତିଥି ରୂପେ ଶିକ୍ଷାବିତ୍ ମହେଶ ଚନ୍ଦ୍ର ଧଳ, ପୌର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ବିଜେପି ନେତା ଭକ୍ତି ପ୍ରସାଦ ଦାସ, ବରିଷ୍ଠ ଆଇନଜୀବି ଭୁପେଶ ଚନ୍ଦ୍ର ପ୍ରଧାନ, ସମାଜସେବୀ ଦୁଃଖବନ୍ଧୁ ସାହୁ ଅନୁଗୁଳ କ୍ରିକେଟ ସଂଘ ସମ୍ପାଦକ ସାଗର ନାଥ ମିଶ୍ର,ଗଙ୍ଗା ପଟ୍ଟନାୟକଙ୍କ ସମେତ କ୍ଳବର ରଞ୍ଜନ ଧୀର୍ ସାମନ୍ତ,ମାୟାଧର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଲିଟନ ସାମଲ ମଞ୍ଚ ପରିଚାଳନା କରିଥିଲେ।
ଉଦ୍ଘାଟନୀ ମ୍ୟାଚ ଜିସିସି ହିନ୍ଦୋଳ ସହ ମହାବୀର ୱାରିଅର୍ ଅନୁଗୁଳର ଅନୁଷ୍ଠିତ ହୋଇଥିଲା। ଜିସିସି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୯ ୱିକେଟ ହରାଇ ୧୨୦ ରନ କରିଥିଲେ। ଏହାର ଜବାବରେ ଅନୁଗୁଳ ୧୪ ଓଭରରେ ପାଞ୍ଚ ୱିକେଟ ହରାଇ ନିର୍ଦ୍ଧାରିତ ରନ ହାସଲ କରିବା ସହ ମ୍ୟାଚକୁ ଜିତି ନେଇଥିଲେ। ରିତେଶ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ।ଅନିଲ ଗଡ଼ନାୟକ ଓ ରିଣ୍ଟୁ ସିଂହ ଖେଳ ପରିଚାଳନା କରିଥିଲେ।ଅଭୟ ପାଢ଼ୀ ସ୍କୋର ଦାୟିତ୍ଵ ତୁଲାଇ ଥିଲେ।

