ଅନୁଗୁଳ: ମହାନଦୀ କୋଲଫିଲଡ ଲିମିଟେଡର ସ୍ଵତନ୍ତ୍ର ଭୂ-ଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ଜମିହରା ପ୍ରଜାଙ୍କ ପାଇଁ ତାଳଚେର ଉପ- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ନବମ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଛି।
ଉପ-ଜିଲ୍ଲାପାଳ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ମହାନଦୀ କୋଲଫିଲଡ ଲିମିଟେଡର ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ସମସ୍ତ କ୍ଷେତ୍ରର ଭୂମି ଅଧିଗ୍ରହଣ ଅଧିକାରୀ, ପୁନଃ ସ୍ଥାପନ ଏବଂ ପୁନଃ ଥଇଥାନ ଅଭିଯୋଗ ସମାଧାନ କାର୍ଯ୍ୟାଳୟର ଅଧିକାରୀ ପ୍ରେମାନନ୍ଦ ପ୍ରଧାନଙ୍କ ସହ ବିଭିନ୍ନ ଗ୍ରାମର ଜମିହରା ପ୍ରଜା ନିଜ ଅଭିଯୋଗ ଦାଖଲ କରିଥିଲେ। ଶିବିରରେ ସମୁଦାୟ ୦୯ ଟି ଅଭିଯୋଗ ଗ୍ରହଣ ହୋଇଥିଲା। ସେଗୁଡ଼ିକର ଶୁଣାଣି ହୋଇ ତୁରନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।