ହାତୀ ଆକ୍ରମଣରେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ମୃତ

You are currently viewing ହାତୀ ଆକ୍ରମଣରେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟ ମୃତ

ଅନୁଗୁଳ: ହାତୀ ମଣିଷ ବିବାଦ ପାଇଁ  ଚିନ୍ତାରେ ବନ ବିଭାଗ। ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ କତଡା ନିକଟରେ ହାତୀ ଆକ୍ରମଣରେ ଆଜି ସକାଳେ ଜଣେ ଏଲିଫାଣ୍ଟ ସ୍କ୍ୱାର୍ଡର ସଦସ୍ୟଙ୍କ ମୃତ୍ୟୁ ଘଟିଛି ।ମୃତକ  ହେଲେ ଯୁଗଳ ନାଏକ ।

ସୂଚନା ଯେ, କତଡ଼ା ଗାଁ ନିକଟରେ ହାତୀପଲ ଥିବା ଖବର ପାଇ ସ୍କ୍ୱାର୍ଡର ସଦସ୍ୟ ହାତୀ ଉପରେ ନଜର ରଖିବା ସହ ସେମାନଙ୍କୁ ଘଉଡାଇବା ପାଇଁ ପହଞ୍ଚିଥିଲେ। ଘଉଡାଇବା ସମୟରେ ଏକ ମାଈ ହାତୀ ହଠାତ ଯୁଗଳଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ମୃତକଙ୍କ ପରିବାର ବର୍ଗ ଓ ସ୍ଥାନୀୟ ଲୋକ ଉପଯୁକ୍ତ କ୍ଷତିପୂରଣ ସହ ପରିବାରର ଜଣଙ୍କୁ ନିଯୁକ୍ତି ଦେବା ଦାବିରେ ଅଡ଼ି ବସିଛନ୍ତି ।

Share

Leave a Reply