ଛେଣ୍ଡିପଦା: ସ୍ଥାନୀୟ ଛେଣ୍ତିପଦା ବ୍ଲକର ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ ଦଫା ଦାବି ନେଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ନେତୃତ୍ୱରେ ସଂଘର ଶିକ୍ଷକମାନେ ସ୍ଥାନୀୟ ବ୍ଲକ କଲୋନି ବିଦ୍ୟାଳୟ ପରିସରରେ ଏକତ୍ରିତ ହୋଇଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ଗୋଷ୍ଠୀ ଶିକ୍ଷା କେନ୍ଦ୍ରକୁ ଯାଇଥିଲେ। ବିଇଓଙ୍କ ଅନୁପସ୍ଥିତିରେ ସେଠାରେ ଦାୟିତ୍ୱ ତୁଲାଉଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଗଡନାୟକଙ୍କୁ ୩ଦଫା ଦାବି ପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଚୁକ୍ତି ଭିତ୍ତିକ ନିଯୁକ୍ତି ରଦ୍ଦ, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ଦରମା ପ୍ରଦାନ ଓ ପୁରୁଣା ପେନସନ ଲାଗୁ କରିବା ନେଇ ଉଲ୍ଲେଖ ଥିଲା। ରାଜ୍ୟ ସରକାର ଏହି ଦାବି ପୂରଣ ନକଲେ ସହିତ ଆସନ୍ତା ୨୭ ତାରିଖ ଠାରୁ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇ ବିଧାନସଭା ସଭା ଆଗରେ ଧାରଣା ଦେବା ପାଇଁ ଚେତାବନୀ ଦେଇଛନ୍ତି।
ପ୍ରାଥମିକ ଶିକ୍ଷକଙ୍କ ପକ୍ଷରୁ ୩ଦଫା ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
- Post published:November 19, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
